Posted inଜାତୀୟ

ସରକାରୀ ଉଦ୍ୟୋଗରେ ଅଚଳାବସ୍ଥା

ନୂଆଦିଲ୍ଲୀ,୭ା୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରେ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜେସ୍‌ (ପିଏସ୍‌ୟୁ) ବା ସରକାରୀ କମ୍ପାନୀଗୁଡ଼ିକର ଘରୋଇକରଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରାୟ ୧୦ ବର୍ଷ ଭିତରେ ସରକାର ଅନେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରି ୪.୨୦ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାରରୁ ଆହୁରି ୩୫,୦୦୦ କୋଟି ଟଙ୍କା ପାଇବାକୁ ଫେବୃଆରୀ ୧ରେ ଉପସ୍ଥାପିତ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲୋକ ସଭା ନିର୍ବାଚନ ପରେ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ୍‌ (ବିପିସିଏଲ୍‌), ଶିପିଙ୍ଗ୍‌ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ସିଆଇ) ଏବଂ କଣ୍ଟେନର କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (କନ୍‌କୋର୍‌) ସମେତ ଆଉ କେତେକ ସରକାରୀ ଉଦ୍ୟୋଗର ଘରୋଇକରଣ କରାଯିବା ନେଇ ସମ୍ଭାବନା ରହିଛି। କିନ୍ତୁ ସରକାରଙ୍କ ନୀତିରେ ସ୍ପଷ୍ଟତା ନ ଥିବାରୁ ଅନେକ ପିଏସ୍‌ୟୁ ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି। ଫଳରେ ଏକତୃତୀୟାଂଶରୁ ଅଧିକ ସରକାରୀ ସଂସ୍ଥା କେବଳ କାଗଜ କଲମରେ ଚାଲିଛି। ଏହି ଅଚଳାବସ୍ଥା ମହତ୍ତ୍ୱାକାଂକ୍ଷୀ ‘ଆତ୍ମନିର୍ଭର ଭାରତ ଯୋଜନା’ର ସାଫଲ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ଛିଡ଼ା କରାଇଛି।
ସରକାର କୌଣସି ସରକାରୀ ଉଦ୍ୟୋଗ, କମ୍ପାନୀ ବା ପ୍ରକଳ୍ପର ସମ୍ପତ୍ତି ବିକି କିମ୍ବା ଇନିସିଆଲ ପବ୍ଲିକ୍‌ ଅଫରିଂ (ଆଇପିଓ) ଜରିଆରେ ନିଜ ଅଂଶଧନ ବିକି ଲାଭାଂଶ ନେଲେ ତାକୁ ପୁଞ୍ଜି ପ୍ରତ୍ୟାହାର କୁହାଯାଏ। ଦେବାଳିଆ ଅବସ୍ଥାକୁ ଚାଲିଆସିଥିବା କମ୍ପାନୀକୁ ସମ୍ପୂର୍ଣ୍ଣ ଭାବେ ବିକ୍ରି କରିବା ପ୍ରକ୍ରିୟାକୁ ଘରୋଇକରଣ କୁହାଯାଇଥାଏ। ସରକାରଙ୍କ ରାଜକୋଷ ଉପରେ ପଡ଼ୁଥିବା ଆର୍ଥିକ ବୋଝ ଲାଘବ କରିବା ପାଇଁ ଏହି ନୀତି ଆପଣାଯାଏ। ଏପରି କରିବା ଦ୍ୱାରା ସମ୍ପୃକ୍ତ ପିଏସ୍‌ୟୁରେ ସରକାରଙ୍କ କର୍ତ୍ତୃତ୍ୱ ହାସ ହୋଇଥାଏ କିମ୍ବା ଆଦୌ ରହି ନ ଥାଏ। ଫଳରେ ସେହି ସଂସ୍ଥା ବଜାରରେ ଅନ୍ୟ ଘରୋଇ କମ୍ପାନୀଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରି ନିଜ ସ୍ଥିତି ସୁଦୃଢ଼ କରିବା ପାଇଁ ଉଦ୍ୟମ କରିଥାଏ। ଅର୍ଥ ମନ୍ତ୍ରଣାଳୟ ଅଧୀନ ନିବେଶ ଓ ସାଧାରଣ ପରିସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏମ୍‌)ର ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାେରେ ୨୦୨୩-୨୪ ଆର୍ଥିକବର୍ଷରେ ହିନ୍ଦୁସ୍ଥାନ ଏରୋନଟିକ୍ସ, କୋଲ୍‌ ଇଣ୍ଡିଆ, ରେଳ ବିକାଶ ନିଗମ, ଏସ୍‌ଜେଭିଏନ୍‌ ଲିମିଟେଡ୍‌, ହାଉସିଂ ଆଣ୍ଡ୍‌ ଅର୍ବାନ୍‌ ଡେଭେଲପ୍‌ମେଣ୍ଟ କର୍ପୋରେଶନ୍‌ ଲିଃ, ଇଣ୍ଡିଆନ୍‌ ରିନ୍ୟୁଆବୁଲ ଡେଭେଲପ୍‌ମେଣ୍ଟ ଏଜେନ୍ସି, ଆଇରନ୍‌ ଇଣ୍ଟରନ୍ୟାଶନାଲ ଲିଃ ଏବଂ ଏନ୍‌ଏଚ୍‌ପିସି ଭଳି ସରକାରୀ ଉଦ୍ୟୋଗଗୁଡ଼ିକର ଅଂଶଧନ ବିକ୍ରି ବାବଦରେ କେନ୍ଦ୍ର ମୋଟ ୧୨,୫୦୪.୩୨ କୋଟି ଟଙ୍କା ପାଇଥିଲା। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ଘରୋଇକରଣ ଓ ପୁଞ୍ଜି ପ୍ରତ୍ୟାହାର ବାବଦକୁ ୪.୨୦ ଲକ୍ଷ କୋଟି ଟଙ୍କା ପାଇଛି। ସରକାରଙ୍କ ଘରୋଇକରଣ ଓ ପୁଞ୍ଜି ପ୍ରତ୍ୟାହାର ତାଲିକାରେ ଆହୁରି ଅନେକ ସଂସ୍ଥା ରହିଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଅନ୍ତରୀଣ ବଜେଟ ଉପସ୍ଥାପନ କରି କହିଥିଲେ, ୨୦୨୪-୨୫ ଆର୍ଥିକବର୍ଷରେ ମିସଲେନିଅସ୍‌ କ୍ୟାପିଟାଲ ରିସିପ୍ଟସ୍‌ ଅଧୀନରେ ସରକାର ୫୦,୦୦୦ କୋଟି ଟଙ୍କା ପାଇବେ। ସେଥିରୁ ୩୫,୦୦୦ କୋଟି ଟଙ୍କା କେବଳ ପୁଞ୍ଜି ପ୍ରତ୍ୟାହାରରୁ ଆସିବ ବୋଲି ଡିଆଇପିଏଏମ୍‌ ସଚିବ ତୁହିନ୍‌କାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।
ମେ’ରେ ମୋଦି ସରକାର ଅନେକ ସରକାରୀ ସଂସ୍ଥାରେ ସଂସ୍କାର ଆଣିବାକୁ ଯାଇ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ଅଧୀନ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜେସ୍‌ ପଲିସି (ପିଏସ୍‌ଇ ନୀତି) ଅନୁସାରେ ସରକାର ରଣନୈତିକ ସେକ୍ଟରଗୁଡ଼ିକରେ ନିଜ ଉପସ୍ଥିତିକୁ ସର୍ବନିମ୍ନ କରିବା ସହ ଅଣରଣନୈତିକ କ୍ଷେତ୍ରଗୁଡ଼ିକରୁ ବାହାରିଯିବେ। ସଂସ୍ଥାଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରି ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ସେକ୍ଟରରେ ଥିବା ବୃହତ୍‌ କମ୍ପାନୀଗୁଡ଼ିକରୁ ସରକାର ନିଜ ଉପସ୍ଥିତି ହ୍ରାସ ପାଇଁ ଉଦ୍ୟମ ଚଳାଇଛନ୍ତି, ଯାହାକି ସମୟ ସାପେକ୍ଷ। ଅର୍ଥନୀତିର ବହୁବିଧ ସେକ୍ଟରରୁ ରାତାରାତି ଓହରିଯିବା ସମ୍ଭବ ନୁହେଁ। କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ରାଜନୈତିକ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ରହିଛି। ଅତୀତରେ ଘରୋଇକରଣକୁ ନେଇ ବହୁ ରାଜନୈତିକ କୌଶଳ ଦେଖିବାକୁ ମିଳିଛି। ୨୦୨୨-୨୩ରେ ସରକାର ୬୫,୦୦୦ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଥିବାବେଳେ ୩୫,୨୯୩.୫୨ କୋଟି ଟଙ୍କା ହାସଲ କରିବାକୁ ସକ୍ଷମ ହୋଇଥିଲେ। ଚଳିତ ଆର୍ଥିକ ବର୍ଷରେ ସରକାର ୬୧,୦୦୦ କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମୀକ୍ଷା ପରେ ଏହାକୁ ୩୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସରକାର ସେଥିରୁ ପ୍ରାୟ ୧୨,୫୦୦ କୋଟି ଟଙ୍କା ପାଇବାରେ ସକ୍ଷମ ହୋଇଛନ୍ତି। ଏହା ପୁଞ୍ଜି ପ୍ରତ୍ୟାହାର କ୍ଷେତ୍ରରେ ରହିଥିବା ନୀତିଗତ ଅସ୍ପଷ୍ଟତା ଏବଂ ଦ୍ୱନ୍ଦ୍ୱକୁ ଦର୍ଶାଉଛି। ସମ୍ଭବତଃ ରାଜନୈତିକ କାରଣରୁ ସରକାର ପିଏସ୍‌ଇ ନୀତିକୁ ପ୍ରତ୍ୟାହାର କରିପାରିବେ ନାହିଁ। ନୀତି ପ୍ରତ୍ୟାହାର କଲେ ଏହାକୁ ନିଜ ପରାଜୟର ସ୍ବୀକାରୋକ୍ତି ବୋଲି ମନେକରାଯାଇପାରେ। ଏନେଇ ଡିଆଇପିଏଏମ୍‌ ସଚିବ ପାଣ୍ଡେ କହିଛନ୍ତି, କେତେକ ରାଜ୍ୟର ସରକାରମାନଙ୍କ ଦୋମୁହଁା ନୀତି ଯୋଗୁ ପୁଞ୍ଜିପ୍ରତ୍ୟାହାର ବାଧାପ୍ରାପ୍ତ ହେଉଛି। କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ବିଳମ୍ବିତ ହେଉଛି। ଏହି ଡିସ୍‌ଇନ୍‌ଭେଷ୍ଟମେଣ୍ଟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଅଧିକ ତତ୍ପର ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri