୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ

ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍‌ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସମବେତ ଜନସାଧାରଣଙ୍କୁ ରାହୁଲ କହିଛନ୍ତି, ଓଡ଼ିଶାକୁ ଆସି ଖୁସି ଲାଗୁଛି। ଏଠି ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ପୂର୍ବତନ ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪ ହଜାର କି.ମି. କରାଯାଇଥିଲା। ଏହି ସମୟରେ ଦେଶକୁ ଯୋଡ଼ିବାର କାମ କଂଗ୍ରେସ ପକ୍ଷରୁ କରାଯାଇଥିଲା। ଆମ ଲକ୍ଷ୍ୟ ଥିଲା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରେମର ବାର୍ତ୍ତା ବାଣ୍ଟିବା। ଏହି ଯାତ୍ରା ବହୁତ ସଫଳ ହୋଇଥିଲା। ଲକ୍ଷାଧିକ ଲୋକ ଏହି ସମୟରେ ପଦଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟର ଲୋକମାନେ ମଧ୍ୟ ଆସି ଯୋଡ଼ି ହୋଇଥିଲେ। ସେମାନେ କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ବୁଲିଲେ, ଆମ ରାଜ୍ୟକୁ କେବେ ଆସିବେ। ଆମ ରାଜ୍ୟରେ ବି ଘୃଣା ବଣ୍ଟାଯାଉଛି, ଆଦିବାସୀଙ୍କ ଜମି ଲୁଟ୍‌ କରାଯାଉଛି ଏବଂ ଅନ୍ୟାୟ ହେଉଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଏଥର ମଧ୍ୟ ପଦଯାତ୍ରା କରିବାକୁ ଚାହୁଁଥିଲୁ। ହେଲେ ନିର୍ବାଚନୀ ବର୍ଷ ହୋଇଥିବାରୁ ଦଳ ନିଷ୍ପତ୍ତି ନେଲା ବସ୍‌ ଏବଂ ଜିପ୍‌ରେ ଯାତ୍ରା କରାଯିବ ଓ କିଛି ବାଟ ପଦଯାତ୍ରା ହେବ। ୫ଟି ଅନ୍ୟାୟ ବିରୋଧରେ ଏହି ଯାତ୍ରା କରାଯାଉଛି। ଯେପରିକି ଆର୍ଥିକ ଅନ୍ୟାୟ, ଦରବୃଦ୍ଧି, ବେରୋଜଗାର, ସରକାରୀ ସଂସ୍ଥାକୁ ଘରୋଇକରଣ କରିବା ଏବଂ ସାମାଜିକ ଅନ୍ୟାୟ ଯାହା ଆଦିବାସୀ, ଦଳିତ, ମହିଳା, କୃଷକଙ୍କ ପ୍ରତି କରାଯାଉଛି। ଏହା ବିରୋଧରେ ଏହି ଯାତ୍ରା ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀ କହିଛନ୍ତି।
ଅପରାହ୍ନ ସାଢେ ୪ଟା ସମୟରେ ରାହୁଲ ଏକ ରୋଡ୍‌ ଶୋ’ରେ ଆସି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଂଶଯୋର ଫାଟକରୁ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ ବୀରମିତ୍ରପୁର ସହର ଭିତରେ ପ୍ରବେଶ କରିଥିଲେ। ରାଜପଥର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ, ଦଳୀୟ ନେତା ଓ କର୍ମୀ ଫୁଲମାଳ ଧରି ରାହୁଲଙ୍କୁ ସ୍ବାଗତ କରିଥିଲେ। ବାଂଶଯୋର ଫାଟକ ନିକଟରେ ଆୟୋଜିତ ଏକ ଜନସମାବେଶରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତକରି ଉତ୍ତରୀୟ ଦେଇଥିଲେ। ଏହାସହ ଝାଡ଼ଖଣ୍ଡ ପିସିସି ସଭାପତି ରାଜେଶ ଠାକୁର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପତାକା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରାହୁଲ କହିଛନ୍ତି, ଝାଡ଼ଖଣ୍ଡରେ ୬ ଦିନର କାର୍ଯ୍ୟକ୍ରମ ବହୁତ ଭଲ ହେଲା। ଆଉ ୨ ଦିନ ଓଡ଼ିଶାରେ ରହିବି। ୧୫ ମିନିଟ୍‌ ନିଜର ଭାଷଣ ରଖିବି, ବାକି ୭ରୁ ୮ ଘଣ୍ଟା ଲୋକମାନଙ୍କୁ ଭେଟିବି। ଲୋକମାନଙ୍କ ସମସ୍ୟା ବିଷୟରେ ବୁଝିବି। ଯୁଆଡ଼େ ଗଲେ ଲୋକମାନେ ନିଜ ସମସ୍ୟା ବିଷୟରେ କହୁଛନ୍ତି। ଗରିବ ଲୋକଙ୍କ ଜମିକୁ ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ହାତକୁ ଟେକି ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଆସିଛି। ଓଡ଼ିଶାରେ ବୁଲିବା ବେଳେ ସବୁ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ସନ୍ତୋଷ ସିଂ ସାଲୁଜା ଧନ୍ୟବାଦ ଜଣାଇଛନ୍ତି। ରାହୁଲ କୁଆଁରମୁଣ୍ଡା ବ୍ଲକର ରାମପାଲ ଛକ ପଡ଼ିଆରେ ପହଞ୍ଚି ରାତ୍ରିଯାପନ କରିିଛନ୍ତି। ଉକ୍ତ ପଡ଼ିଆକୁ ଯିବା ସମୟରେ କେତେଜଣ ଆଦିବାସୀ ମହିଳାଙ୍କୁ ରାସ୍ତାରେ ସାକ୍ଷାତ୍‌ କରି ସେମାନଙ୍କ ସହ ସମସ୍ୟା ବୁଝିଛନ୍ତି।
ବୁଧବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ୮ଟା ୪୫ରେ ଆରମ୍ଭ ହେବ। ସକାଳ ୯ଟା ୩୦ରେ ରାଉରକେଲା ଉଦିତ୍‌ନଗର (ଏସ୍‌ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହେବ। ସେଠାରୁ ସାଢ଼େ ୩ କି.ମି. ଦୂର ପାନପୋଷ ଛକଠାରେ ସକାଳ ୧୦ ଟାରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ୨୫ କି.ମି. ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡ଼ିଆଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ। ସେଠାରୁ ୧୪ କି.ମି. ଦୂର କୁତ୍ରାଠାରେ ରାହୁଲ ଉଦ୍‌ବୋଧନ ଦେବେ। ସେଠୁ ୩୨ କି.ମି. ଦୂର ବାରଗଁାଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସେଠାରୁ ପଦଯାତ୍ରା ୬୦ କି.ମି. ଦୂର ସୁନ୍ଦରଗଡ଼ ବସ୍‌ଷ୍ଟାଣ୍ଡ ଛକରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସ୍‌ବିଆଇ ଛକ ହୋଇ ପଦଯାତ୍ରା ଚାଲିବ। ସେଠୁ ୨୬ କି.ମି. ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ର ରହଣି କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?