ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା

ନୟାଗଡ଼ ଅଫିସ,୮।୯: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହିଛି। ମୃତ୍ୟୁକାଳୀନ ସହାୟତା ୫ ବର୍ଷ ହେଲା ଓ ବିବାହ ସହାୟତା ୭ ବର୍ଷ ହେଲା ମିଳୁନି। ପୁଣି ଶିକ୍ଷା ସହାୟତା ୬ ବର୍ଷ ହେଲା ବନ୍ଦ ରହଛି। ନିର୍ମାଣ ଶ୍ରମିକ ବି ଉପେକ୍ଷିତ। ଡିଭିଜିନାଲ ଲେବର କମିଶନର (ପ୍ରଭାଗୀୟ ଶ୍ରମ ଆୟୁକ୍ତ) ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଜିଲା ଶ୍ରମ ଅଧିକାରୀ ଠିକରେ କାର୍ଯ୍ୟାଳୟ ଆସୁ ନଥିଲେ। ଏଭଳିସ୍ଥଳେ ଗତ ଗତ ୬ ତାରିଖରେ ଜିଲା ଶ୍ରମ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ପୁଣି ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ପଦବୀ ଖାଲି ପଡିଛି। ୨ ଇନ୍ସପେକ୍ଟରଙ୍କ ମଧ୍ୟରୁ ଜଣଙ୍କର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ କେହି ଆସୁି ନାହାନ୍ତି। ଅନ୍ୟପକ୍ଷେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମୟରେ ଲଣ୍ଠନ ରଖି ନିର୍ମାଣ ଶ୍ରମିକମାନେ ଧାରଣା ଦେଇ ଆସୁଛନ୍ତି। ହେଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କିଛି ପରିବର୍ତ୍ତନ ଘଟୁନି।

ଅଭିଯୋଗ ଅନୁଯାୟୀ, ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ୨୦୧୭ରେ ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା। ହେଲେ ସ୍ବତନ୍ତ୍ର କ୍ୟାମ୍ପରେ କେତେଜଣ ନିର୍ମାଣ ଶ୍ରମିକ ଆବେଦନ କରିଥିଲେ ସେନେଇ ୫ ବର୍ଷ ଭିତରେ ସଂଖ୍ୟା ମିଳି ନ ଥିଲା। ଆବେଦନକାରୀଙ୍କ ସଂଖ୍ୟା ଉପରେ ୨ ଜିଲା ଶ୍ରମ ଅଧିକାରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାବେଳେ ଲେବର କମିଶନ ମଧ୍ୟ ଅଲଗା ସଂଖ୍ୟା ଦେଖାଇଥିଲେ। ଏ ପରିପ୍ରେକ୍ଷୀରେ ଦୁଇ ଜିଲା ଶ୍ରମ ଅଧିକାରୀ ଓ ଲେବର କମିଶନଙ୍କ ତଥ୍ୟକୁ ଅନୁଧ୍ୟାନ କଲେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଥିଲା। ପୁଣି ବର୍ତ୍ତମାନର ନିଲମ୍ବିତ ଜିଲା ଶ୍ରମ ଅଧିକାରୀ ପରମିତା ମିଶ୍ର ଲୋକାୟୁକ୍ତରେ ଜାଲିଆତି ହୋଇଥିବା ସ୍ବୀକାର କରିବା ପରେ ନିର୍ମାଣ ଶ୍ରମିକ ଆବେଦନ ପତ୍ର ଗ୍ରହଣ ପାଇଁ ଦୁର୍ନୀତି କରାଯାଇଥିବା ବାରି ହୋଇ ପଡିଥିଲା। ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ପରେ ଦୁର୍ନୀତିର ଗୁମର ଫିଟିଥିଲା। ତେବେ ନିର୍ମାଣ ଶ୍ରମିକମାନେ ଅନ୍‌ଲାଇନରେ ଆବେଦନ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେବି କୌଣସି ସୁଫଳ ମିଳିଲା ନାହିଁ। ଅନ୍ୟ ଏକ ଅଭିଯୋଗ ଅନୁସାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅସହଯୋଗରୁ ନିର୍ମାଣ ଶ୍ରମିକମାନେ ୫ବର୍ଷ ହେଲା ହଇରାଣ ହୋଇ ଆସୁଛନ୍ତି। ଜିଲାରେ ୫୪ ହଜାର ୪୦୦ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ୨୦୧୭ରେ ୨୫ ହଜାର ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ଆବେଦନ କରିଥିଲେ। ଏଥିରୁ ମାତ୍ର ୭୦୦ ପରିଚୟପତ୍ର ପାଇଛନ୍ତି। ପରିଚପତ୍ର ଦେବା ପାଇଁ ୨।୫।୨୦୧୭ରୁ ୨।୭।୨୦୧୭ଶ୍ରମ ଦପ୍ତର ପକ୍ଷରୁ ଯାଞ୍ଚ କରାଯାଇଥିଲା। ହେଲେ ପରିଚୟପତ୍ର ଦିଆଗଲାନି। ଯାଞ୍ଚ ପରେ ପରିଚୟପତ୍ର ଦିଆ ନ ଯିବାର କାରଣ ପଚାରିଲେ ଉତ୍ତର ମିଳୁନି। ସେହିଭଳି ସହରାଞ୍ଚଳର ନିର୍ମାଣ ଶ୍ରମିକ ଆଦୌ ପରିଚୟପତ୍ର ପାଉ ନାହାନ୍ତି। ୩୧।୮।୨୦୧୮ରେ ସେଲଟ୍ୟାକ୍ସ ବିଭାଗ ଦେଇଥିବା କ୍ଲିୟରାନ୍ସ ଅନୁସାରେ ସହାୟତା ଦିଆଯିବା କଥା। ହେଲେ ଏହାକୁ ବି ଅଣଦେଖା କରାଯାଇଛି। ପୁଣି ୨୦୧୬-୧୭ରୁ ବିବାହ ଓ ଶିକ୍ଷା ସହାୟତା ଦିଆଯାଉ ନାହିଁ। ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ନିର୍ମାଣ ଶ୍ରମିକକୁ ପକ୍କାଘର ଦିଆଯାଉ ନାହିଁ। ଅନ୍ୟ ଯୋଜନାରେ ନିର୍ମାଣ ଶ୍ରମିକ ମଧ୍ୟ ଉପେକ୍ଷିତ ହୋଇ ରହିଛନ୍ତି।
ନୟାଗଡ ଜିଲା ଶ୍ରମିକ ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ମୃତ୍ୟୁ କାଳୀନ ସହାୟତା ୫ ବର୍ଷ ଓ ବିବାହ ସହାୟତା ୭ ବର୍ଷ ହେଲା ଫାଇଲ ପଡି ରହିଛି। ଶିକ୍ଷା ସହାୟତା ୬ ବର୍ଷ ହେଲା ବନ୍ଦ ରହିଛି। ଗତ ଅଗଷ୍ଟ ୧, ୧୨, ୧୭ ଓ ୨୯ ତାରିଖ କେବଳ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନିଜ କାର୍ଯ୍ୟାଳୟକୁ ଆସିଥିଲେ। ସେହିପରି ଚଳିତ ମାସ ୬ ତାରିଖ ଦିନ ଉପସ୍ଥିତ ଥିଲେ। ଯେଉଁଠି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲା ଶ୍ରମ ଅଧିକାରୀ ଅଫିସକୁ ଆସିବେନି, ସେଠାରେ କର୍ମଚାରୀ କାହାକୁ ମାନିବେ। ଏଭଳିସ୍ଥଳେ ଜିଲା ଶ୍ରମ ଅଧିକାରୀ ପରମିତା ମିଶ୍ର ନିଲମ୍ବନ ହୋଇଛନ୍ତି। ଅପରପକ୍ଷେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା ନେଇ ଗତ ୨ ତାରିଖରେ ଜିଲାପାଳ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଲେବର କମିଶନର, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରିଙ୍କୁ ଅବଗତ କରାଇଥିଲି। ପୁଣି ଆମ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ଲଣ୍ଠନ ଶୋଭାଯାତ୍ରା ସହ ଧାରଣା ଦିଆଯିବା ସହିତ ବିକ୍ଷୋଭ କରାଯାଉଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ତାଙ୍କ ମୋବାଇଲ ଫୋନ୍‌ ନଂ.୯୪୩୭୩ ୫୪୦୧୮ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri