ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା

ନୟାଗଡ଼ ଅଫିସ,୮।୯: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହିଛି। ମୃତ୍ୟୁକାଳୀନ ସହାୟତା ୫ ବର୍ଷ ହେଲା ଓ ବିବାହ ସହାୟତା ୭ ବର୍ଷ ହେଲା ମିଳୁନି। ପୁଣି ଶିକ୍ଷା ସହାୟତା ୬ ବର୍ଷ ହେଲା ବନ୍ଦ ରହଛି। ନିର୍ମାଣ ଶ୍ରମିକ ବି ଉପେକ୍ଷିତ। ଡିଭିଜିନାଲ ଲେବର କମିଶନର (ପ୍ରଭାଗୀୟ ଶ୍ରମ ଆୟୁକ୍ତ) ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଜିଲା ଶ୍ରମ ଅଧିକାରୀ ଠିକରେ କାର୍ଯ୍ୟାଳୟ ଆସୁ ନଥିଲେ। ଏଭଳିସ୍ଥଳେ ଗତ ଗତ ୬ ତାରିଖରେ ଜିଲା ଶ୍ରମ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ପୁଣି ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ପଦବୀ ଖାଲି ପଡିଛି। ୨ ଇନ୍ସପେକ୍ଟରଙ୍କ ମଧ୍ୟରୁ ଜଣଙ୍କର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ କେହି ଆସୁି ନାହାନ୍ତି। ଅନ୍ୟପକ୍ଷେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମୟରେ ଲଣ୍ଠନ ରଖି ନିର୍ମାଣ ଶ୍ରମିକମାନେ ଧାରଣା ଦେଇ ଆସୁଛନ୍ତି। ହେଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କିଛି ପରିବର୍ତ୍ତନ ଘଟୁନି।

ଅଭିଯୋଗ ଅନୁଯାୟୀ, ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ୨୦୧୭ରେ ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା। ହେଲେ ସ୍ବତନ୍ତ୍ର କ୍ୟାମ୍ପରେ କେତେଜଣ ନିର୍ମାଣ ଶ୍ରମିକ ଆବେଦନ କରିଥିଲେ ସେନେଇ ୫ ବର୍ଷ ଭିତରେ ସଂଖ୍ୟା ମିଳି ନ ଥିଲା। ଆବେଦନକାରୀଙ୍କ ସଂଖ୍ୟା ଉପରେ ୨ ଜିଲା ଶ୍ରମ ଅଧିକାରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାବେଳେ ଲେବର କମିଶନ ମଧ୍ୟ ଅଲଗା ସଂଖ୍ୟା ଦେଖାଇଥିଲେ। ଏ ପରିପ୍ରେକ୍ଷୀରେ ଦୁଇ ଜିଲା ଶ୍ରମ ଅଧିକାରୀ ଓ ଲେବର କମିଶନଙ୍କ ତଥ୍ୟକୁ ଅନୁଧ୍ୟାନ କଲେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଥିଲା। ପୁଣି ବର୍ତ୍ତମାନର ନିଲମ୍ବିତ ଜିଲା ଶ୍ରମ ଅଧିକାରୀ ପରମିତା ମିଶ୍ର ଲୋକାୟୁକ୍ତରେ ଜାଲିଆତି ହୋଇଥିବା ସ୍ବୀକାର କରିବା ପରେ ନିର୍ମାଣ ଶ୍ରମିକ ଆବେଦନ ପତ୍ର ଗ୍ରହଣ ପାଇଁ ଦୁର୍ନୀତି କରାଯାଇଥିବା ବାରି ହୋଇ ପଡିଥିଲା। ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ପରେ ଦୁର୍ନୀତିର ଗୁମର ଫିଟିଥିଲା। ତେବେ ନିର୍ମାଣ ଶ୍ରମିକମାନେ ଅନ୍‌ଲାଇନରେ ଆବେଦନ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେବି କୌଣସି ସୁଫଳ ମିଳିଲା ନାହିଁ। ଅନ୍ୟ ଏକ ଅଭିଯୋଗ ଅନୁସାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅସହଯୋଗରୁ ନିର୍ମାଣ ଶ୍ରମିକମାନେ ୫ବର୍ଷ ହେଲା ହଇରାଣ ହୋଇ ଆସୁଛନ୍ତି। ଜିଲାରେ ୫୪ ହଜାର ୪୦୦ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ୨୦୧୭ରେ ୨୫ ହଜାର ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ଆବେଦନ କରିଥିଲେ। ଏଥିରୁ ମାତ୍ର ୭୦୦ ପରିଚୟପତ୍ର ପାଇଛନ୍ତି। ପରିଚପତ୍ର ଦେବା ପାଇଁ ୨।୫।୨୦୧୭ରୁ ୨।୭।୨୦୧୭ଶ୍ରମ ଦପ୍ତର ପକ୍ଷରୁ ଯାଞ୍ଚ କରାଯାଇଥିଲା। ହେଲେ ପରିଚୟପତ୍ର ଦିଆଗଲାନି। ଯାଞ୍ଚ ପରେ ପରିଚୟପତ୍ର ଦିଆ ନ ଯିବାର କାରଣ ପଚାରିଲେ ଉତ୍ତର ମିଳୁନି। ସେହିଭଳି ସହରାଞ୍ଚଳର ନିର୍ମାଣ ଶ୍ରମିକ ଆଦୌ ପରିଚୟପତ୍ର ପାଉ ନାହାନ୍ତି। ୩୧।୮।୨୦୧୮ରେ ସେଲଟ୍ୟାକ୍ସ ବିଭାଗ ଦେଇଥିବା କ୍ଲିୟରାନ୍ସ ଅନୁସାରେ ସହାୟତା ଦିଆଯିବା କଥା। ହେଲେ ଏହାକୁ ବି ଅଣଦେଖା କରାଯାଇଛି। ପୁଣି ୨୦୧୬-୧୭ରୁ ବିବାହ ଓ ଶିକ୍ଷା ସହାୟତା ଦିଆଯାଉ ନାହିଁ। ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ନିର୍ମାଣ ଶ୍ରମିକକୁ ପକ୍କାଘର ଦିଆଯାଉ ନାହିଁ। ଅନ୍ୟ ଯୋଜନାରେ ନିର୍ମାଣ ଶ୍ରମିକ ମଧ୍ୟ ଉପେକ୍ଷିତ ହୋଇ ରହିଛନ୍ତି।
ନୟାଗଡ ଜିଲା ଶ୍ରମିକ ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ମୃତ୍ୟୁ କାଳୀନ ସହାୟତା ୫ ବର୍ଷ ଓ ବିବାହ ସହାୟତା ୭ ବର୍ଷ ହେଲା ଫାଇଲ ପଡି ରହିଛି। ଶିକ୍ଷା ସହାୟତା ୬ ବର୍ଷ ହେଲା ବନ୍ଦ ରହିଛି। ଗତ ଅଗଷ୍ଟ ୧, ୧୨, ୧୭ ଓ ୨୯ ତାରିଖ କେବଳ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନିଜ କାର୍ଯ୍ୟାଳୟକୁ ଆସିଥିଲେ। ସେହିପରି ଚଳିତ ମାସ ୬ ତାରିଖ ଦିନ ଉପସ୍ଥିତ ଥିଲେ। ଯେଉଁଠି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲା ଶ୍ରମ ଅଧିକାରୀ ଅଫିସକୁ ଆସିବେନି, ସେଠାରେ କର୍ମଚାରୀ କାହାକୁ ମାନିବେ। ଏଭଳିସ୍ଥଳେ ଜିଲା ଶ୍ରମ ଅଧିକାରୀ ପରମିତା ମିଶ୍ର ନିଲମ୍ବନ ହୋଇଛନ୍ତି। ଅପରପକ୍ଷେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା ନେଇ ଗତ ୨ ତାରିଖରେ ଜିଲାପାଳ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଲେବର କମିଶନର, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରିଙ୍କୁ ଅବଗତ କରାଇଥିଲି। ପୁଣି ଆମ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ଲଣ୍ଠନ ଶୋଭାଯାତ୍ରା ସହ ଧାରଣା ଦିଆଯିବା ସହିତ ବିକ୍ଷୋଭ କରାଯାଉଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ତାଙ୍କ ମୋବାଇଲ ଫୋନ୍‌ ନଂ.୯୪୩୭୩ ୫୪୦୧୮ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri