ଭାବବିହ୍ବଳ ହେଲେ ହିନା

ବମ୍ବେ: ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ ହିନା ଖାଁ। ବାପାଙ୍କୁ ହରାଇବା ପରେ ଏବେ ମା’ ହିଁ ତାଙ୍କର ସବୁକିଛି। ହିନାଙ୍କ ସୁଖଦୁଃଖରେ, ହାରଜିତ୍‌ରେ ସେ ଏବେ ହିନାଙ୍କ ଛାଇ ଭଳି ରହିଛନ୍ତି। ଏଥିପାଇଁ ତ ଆଜି ମା’ ରୁକ୍ସାନା ଅସଲମ ଖାଁଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ।

ହିନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମା’ଙ୍କ ଏକ ଫଟୋ ଶେୟାର କରିଛନ୍ତି। ସେଥିରେ ସେ ମା’ଙ୍କ ହାତ ଧରିଥିବା ଦେଖାଯାଇଛି। ଏଥିରେ କ୍ୟାପ୍‌ସନ୍‌ ଦେଇ ହିନା ଲେଖିଛନ୍ତି, ‘ମୋ ମାଙ୍କ ଆଗରେ ସାରା ସଂସାର କମ୍‌ ଲାଗେ। କ’ଣ ଲେଖିବି ମୋ ମା’ଙ୍କ ଆଗେ। ଯେଉଁଭଳି ସେ ହାତ ଧରି ଚାଲିବା ଶିଖାଇଥିଲା, ସେମିତି ହିଁ ହାତ ଧରି ମୁଁ ଚାଲିବି ସାରା ଜୀବନ ତୁମ ଆଗେ। ଜନ୍ମଦିନର ଶୁଭେଚ୍ଛା ରୁକ୍ସାନା ଅସଲମ ଖାଁ। ଏମିତି ହିଁ ସେ ଏହାକୁ ପସନ୍ଦ କରନ୍ତି।’

ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ହିନା ଅଭିନୟଜୀବନ ଆରମ୍ଭ କରିଥିଲେ। ଏହାଛଡ଼ା ସେ କଲର୍ସର ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ବି ପ୍ରତିଯୋଗୀ ପାଲଟିଥିଲେ। ଏବେ ସେ ଫିଲ୍ମରେ କାମ କରିବାକୁ ଇଚ୍ଛୁକ ଅଛନ୍ତି। ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ହ୍ୟାକ୍ଡ’ ରିଲିଜ ହୋଇଥିଲା। ଆଗାମୀ ଦିନରେ ସେ ଅଦୀପ ରଇସଙ୍କ ଓ୍ବେବ୍‌ସିରିଜରେ ପୋଲିସ ଭୂମିକାରେ ନଜର ଆସିବେ।

Share