Categories: ଜାତୀୟ

ମ୍ୟାଚ୍‌ ପୂର୍ବରୁ ଭୁଶୁଡ଼ି ପଡ଼ିଲା ଗ୍ୟାଲେରୀ

ମାଲପୁରମ(କେରଳ),୨୦।୩: କେରଳର ମାଲପୁରମ ଜିଲାରେ ଶନିବାର ଏକ ଫୁଟ୍‌ବଲ ମ୍ୟାଚ୍‌ ପାଇଁ ନିର୍ମିତ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୯ଟାରେ ପୁନଗଡ଼ ଷ୍ଟାଡିୟମରେ ଘଟିଛି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ଗ୍ୟାଲେରୀ ଭୁଷୁଡ଼ି ପଡ଼ିଥିଲା। ଘଟଣାର ପୂରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦର୍ଶକମାନେ ବସିଥିବା ଗ୍ୟାଲେରୀ ହଠାତ୍‌ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳୁଛି। ତୁରନ୍ତ ଘଟଣାସ୍ଥଳକୁ ଆୟୋଜକ ଏବଂ ଅନ୍ୟମାନେ ଦୌଡ଼ି ଯାଇଥିଲେ। କେରଳର ଉତ୍ତରାଞ୍ଚଳ ଜିଲାରେ ହେଉଥିବା ଘରୋଇ ଫୁଟ୍‌ବଲ ଟୁର୍ନାମେଣ୍ଟ ବେଶ ଲୋକପ୍ରିୟ। ଏଣୁ ସେହି ମ୍ୟାଚ୍‌ ଦେଖିବା ପାଇଁ ହଜାର ହଜାର ଦର୍ଶକ ଆସିଥିଲେ।

Share