ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…

ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛିି। ଏହି ସମୟରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ କରୋନା ସଂକ୍ରମଣରେ ଘଟିଛି। ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢୁବାରେ ଲାଗିଛି। ଏହାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ୭ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ନ ଥିବାରୁ ପ୍ରଶାସନ ଅଡୁଆରେ ପଡ଼ିଛି। ଟିକା ନେବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜୁ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ସେପ୍ଟେମ୍ବରରେ ୯୩ ହଜାରରୁ ଅଧିକ ଲୋକ କରୋନାର ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏବେ ଏହା ୭୫ ହଜାରରେ ପହଞ୍ଚିଛି। ପୂର୍ବରୁ ପ୍ରତିଦିନ ୧ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବାବେଳେ ଗତ ଅଢ଼େଇ ସପ୍ତାହ ଧରି ଏହା କମିବାରେ ଲାଗିଛି।

ସେହିପରି ପୂର୍ବରୁ ସାପ୍ତାହିକ ମୃତୁ ୍ୟସଂଖ୍ୟା ୨୦୦୦ ଥିବାବେଳେ ଏବେ ଏହା ୧୦୦୦କୁ କମିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share