ହାତ ବନ୍ଧା ଅବସ୍ଥାରେ ରାସ୍ତାରେ ପଡ଼ିଛି ମୃତଦେହ, ମୁଣ୍ଡରୁ ମିଳିଲା ଗୁଳି

ବୁଚା,୪।୪: ୟୁକ୍ରେନର ବୁଚା ସହରର ରାସ୍ତାରୁ ରବିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଦୁଇ ହାତ ପିଠି ପଛ ପଟେ ବନ୍ଧା ହୋଇଥିବା ବେଳେ ତାଙ୍କ ମୁଣ୍ଡରୁ ଗୁଳି ମିଳିଛି। ରୁଷିଆ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଏଭଳି ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ମୃତଦେହ ମିଳିଥିବା ଅଧିକାରୀ କହିଛନ୍ତି।

ବୁଚାର ଡେପୁଟି ମେୟର ତାରାସ ଶାପ୍ରାଭସ୍କି କହିଛନ୍ତି, ରୁଷିଆ ସେନା ସହର ଛାଡ଼ି ଚାଲିଯିବା ପରେ ୫୦ ସ୍ଥାନୀୟ ବାସିନ୍ଦାଙ୍କ ମୃତଦେହ ଠାବ କରାଯାଇଛି। ସେମାନଙ୍କୁ ରୁଷିଆ ସେନା ବେଆଇନ ଭାବେ ହତ୍ୟା କରିଛି।

ତେବେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ବୁଚା ସହରରେ ରୁଷ ସେନା ଗଣହତ୍ୟା କରିଥିବା ନେଇ ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ ଶେୟାର କରିଥିବା ଫଟୋଗ୍ରାଫ୍‌ ଏବଂ ଭିଡିଓରେ କୌଣସି ସତ୍ୟାତା ନାହିଁ। ବୁଚା ସହରର କୌଣସି ବାସିନ୍ଦା ରୁଷିଆ ସେନା ଦ୍ୱାରା ପ୍ରଭାବିତ ହୋଇନାହାନ୍ତି।

Share