୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ମଙ୍ଗଳବାର ରାଜ୍ୟ ସଭାରେ ଉତ୍ତର ଦେଇଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସୀମା ଶୁଳ୍କ କେତେ ବୃଦ୍ଧି ପାଇଛି ଏବଂ ବିଭିନ୍ନ ଟିକସ ମାଧ୍ୟମରେ କେତେ ରାଜସ୍ବ ସଂଗ୍ରହ ହୋଇଛି ସେନେଇ ପ୍ରଶ୍ନ ହୋଇଥିଲା। ଏହାର ଲିଖିତ ଉତ୍ତର ଦେଇ ସୀତାରମନ ଦର୍ଶାଇଛନ୍ତି ଯେ, ୨୦୧୮ ଅକ୍ଟୋବର ୫ରେ ପେଟ୍ରୋଲ ଲିଟର ପିଛା ସୀମା ଶୁଳ୍କ ୧୯.୪୮ଟଙ୍କା ଥିଲା। ତାହା ୨୦୨୧ ନଭେମ୍ବର ୪ ସୁଦ୍ଧା ୨୭.୯ ଟଙ୍କାକୁ ବୃଦ୍ଧିପାଇଛି। ସେହିପରି ସମାନ ସମୟ ମଧ୍ୟରେ ଡିଜେଲ ଲିଟର ପିଛା ସୀମା ଶୁଳ୍କ ୧୫.୩୩ ଟଙ୍କାରୁ ୨୧.୮ ଟଙ୍କାକୁ ବୃଦ୍ଧିପାଇଛି। ହେଲେ ୨୦୧୮ ଅକ୍ଟୋବର ୫ ତୁଳନାରେ ୨୦୧୯ ଜୁଲାଇ ୬ରେ ପେଟ୍ରୋଲ ଏବଂ ଡିଜେଲର ସୀମାଶୁଳ୍କ ଯଥାକ୍ରମେ ୧୭.୯୮ ଟଙ୍କା ଓ ୧୩.୮୩କୁ ହ୍ରାସ ପାଇଥିଲା। ଏହାପରେ ୨୦୨୧ ଫେବୃୟାରୀ ୨ ସୁଦ୍ଧା ସୀମାଶୁଳ୍କ ଯଥାକ୍ରମେ ୩୨.୯୮ ଟଙ୍କା ଏବଂ ୩୧.୮୩ ଟଙ୍କାକୁ ବୃଦ୍ଧିପାଇଥିବାବେଳେ ଗତ ନଭେମ୍ବର ୪ରେ ୨୭.୯ ଟଙ୍କା(ପେଟ୍ରୋଲ) ଏବଂ ୨୧.୮ ଟଙ୍କା (ଡିଜେଲ)କୁ ହ୍ରାସ ପାଇଥିଲା। ସୀତାରମନଙ୍କ ସୂଚନା ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଭାବେ ୨୦୧୮-୧୯ରେ ୨ ଲକ୍ଷ ୧୦ ହଜାର ୨୮୨ କୋଟି, ୨୦୧୯-୨୦ରେ ୨ ଲକ୍ଷ ୧୯ ହଜାର ୭୫୦ କୋଟି ଏବଂ ୨୦୨୦-୨୧ରେ ୩ ଲକ୍ଷ ୭୧ ହଜାର ୯୦୮ କୋଟି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି। ଗତ ଦୀପାବଳି ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୪ରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କାର ସୀମାଶୁଳ୍କ ହ୍ରାସ କରିଥିଲେ। ଏହାପରେ କେତେକ ରାଜ୍ୟ ସରକାର ୨ ଇନ୍ଧନ ଉପରୁ ଭାଟ୍‌ କମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri