୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ମଙ୍ଗଳବାର ରାଜ୍ୟ ସଭାରେ ଉତ୍ତର ଦେଇଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସୀମା ଶୁଳ୍କ କେତେ ବୃଦ୍ଧି ପାଇଛି ଏବଂ ବିଭିନ୍ନ ଟିକସ ମାଧ୍ୟମରେ କେତେ ରାଜସ୍ବ ସଂଗ୍ରହ ହୋଇଛି ସେନେଇ ପ୍ରଶ୍ନ ହୋଇଥିଲା। ଏହାର ଲିଖିତ ଉତ୍ତର ଦେଇ ସୀତାରମନ ଦର୍ଶାଇଛନ୍ତି ଯେ, ୨୦୧୮ ଅକ୍ଟୋବର ୫ରେ ପେଟ୍ରୋଲ ଲିଟର ପିଛା ସୀମା ଶୁଳ୍କ ୧୯.୪୮ଟଙ୍କା ଥିଲା। ତାହା ୨୦୨୧ ନଭେମ୍ବର ୪ ସୁଦ୍ଧା ୨୭.୯ ଟଙ୍କାକୁ ବୃଦ୍ଧିପାଇଛି। ସେହିପରି ସମାନ ସମୟ ମଧ୍ୟରେ ଡିଜେଲ ଲିଟର ପିଛା ସୀମା ଶୁଳ୍କ ୧୫.୩୩ ଟଙ୍କାରୁ ୨୧.୮ ଟଙ୍କାକୁ ବୃଦ୍ଧିପାଇଛି। ହେଲେ ୨୦୧୮ ଅକ୍ଟୋବର ୫ ତୁଳନାରେ ୨୦୧୯ ଜୁଲାଇ ୬ରେ ପେଟ୍ରୋଲ ଏବଂ ଡିଜେଲର ସୀମାଶୁଳ୍କ ଯଥାକ୍ରମେ ୧୭.୯୮ ଟଙ୍କା ଓ ୧୩.୮୩କୁ ହ୍ରାସ ପାଇଥିଲା। ଏହାପରେ ୨୦୨୧ ଫେବୃୟାରୀ ୨ ସୁଦ୍ଧା ସୀମାଶୁଳ୍କ ଯଥାକ୍ରମେ ୩୨.୯୮ ଟଙ୍କା ଏବଂ ୩୧.୮୩ ଟଙ୍କାକୁ ବୃଦ୍ଧିପାଇଥିବାବେଳେ ଗତ ନଭେମ୍ବର ୪ରେ ୨୭.୯ ଟଙ୍କା(ପେଟ୍ରୋଲ) ଏବଂ ୨୧.୮ ଟଙ୍କା (ଡିଜେଲ)କୁ ହ୍ରାସ ପାଇଥିଲା। ସୀତାରମନଙ୍କ ସୂଚନା ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଭାବେ ୨୦୧୮-୧୯ରେ ୨ ଲକ୍ଷ ୧୦ ହଜାର ୨୮୨ କୋଟି, ୨୦୧୯-୨୦ରେ ୨ ଲକ୍ଷ ୧୯ ହଜାର ୭୫୦ କୋଟି ଏବଂ ୨୦୨୦-୨୧ରେ ୩ ଲକ୍ଷ ୭୧ ହଜାର ୯୦୮ କୋଟି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି। ଗତ ଦୀପାବଳି ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୪ରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କାର ସୀମାଶୁଳ୍କ ହ୍ରାସ କରିଥିଲେ। ଏହାପରେ କେତେକ ରାଜ୍ୟ ସରକାର ୨ ଇନ୍ଧନ ଉପରୁ ଭାଟ୍‌ କମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri