Categories: ଫୁରସତ

ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟଙ୍କା ଗଣିବା ପାଇଁ ଅଭିନବ ଉପାୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ ଟଙ୍କା ଗଣୁଥିବା ବେଳେ ପାଖରେ ବନ୍ଧା ହୋଇଥିବା ମଇଁଷି ପାଟି ନିକଟକୁ ହାତ ନେଉଛନ୍ତି, ପରେ ମଇଁଷିଟି ଜିଭ ଦେଖାଉଛି। ପରେ ବ୍ୟକ୍ତି ଜଣକ ତାହାର ଜିଭରେ ହାତ ମାରି ଟଙ୍କା ଗଣୁଥିବା ଦେଖିବାକୁ ମିଳୁଛି। ଏମିତି କରି ସେ ସବୁତକ ଟଙ୍କା ଗଣି ନେଉଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share