Posted inଫୁରସତ

ଏହି ଗାଁରେ ସ୍ମାର୍ଟଫୋନକୁ ନେଇ ରହିଛି କଡ଼ା ନିୟମ, ରିଲ୍‌ କଲେ ବି କାର୍ଯ୍ୟାନୁଷ୍ଠାନ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ମାତାପିତାଙ୍କୁ ବିବ୍ରତ କରୁଥିବା ଦେଖିଥିବେ ଯେ, ପିଲାମାନେ ଫୋନ୍‌ ସ୍କ୍ରିନ୍‌କୁ ନ ଦେଖିଲେ ଖାଦ୍ୟ ଖାଆନ୍ତି ନାହିଁ, ଘର ବାହାରେ ଖେଳିବା ପରିବର୍ତ୍ତେ ସେମାନେ ଫୋନ୍‌ରେ ଖେଳ ଖେଳନ୍ତି। ଏଥି ସହିତ କିଛି ପିଲା ସେମାନଙ୍କର ଅଧିକାଂଶ ସମୟ ଅଳ୍ପ ବୟସରେ ରିଲ୍‌ ତିଆରି କରିବାରେ ଅତିବାହିତ କରନ୍ତି। ଅଭିଭାବକମାନେ ଏଥିପାଇଁ କୌଣସି ଠୋସ୍‌ ପଦକ୍ଷେପ ନେବାକୁ ସକ୍ଷମ ନୁହନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବୁ, ଯେଉଁଠାରେ ଏହି ସମସ୍ୟାର ଏକ ବିରାଟ ସମାଧାନ ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ଏକ ଗାଁ ଅଛି, ଯେଉଁଠାରେ ପିଲାମାନଙ୍କୁ ମୋବାଇଲ ଦେବା ପାଇଁ ଏକ ସ୍ବତନ୍ତ୍ର ନିୟମ କରାଯାଇଛି। ଯେଉଁଥିପାଇଁ ଅଭିଭାବକ ବହୁତ ଖୁସି ଅଛନ୍ତି। ଆମ ଦେଶରେ ଯେଉଁଠାରେ ଲୋକମାନେ ପିଲାମାନଙ୍କର ରିଲ୍‌ ତିଆରି କରନ୍ତି ଏବଂ ଜନ୍ମ ହେବା ମାତ୍ରେ ସେମାନଙ୍କୁ ସ୍ମାର୍ଟଫୋନ୍‌ ସହିତ ପରିଚିତ କରାନ୍ତି। କିନ୍ତୁ ଯୁକ୍ତରାଜ୍ୟର ଏହି ଗାଁରେ କୌଣସି ପିଲାଙ୍କୁ ୧୮ ବର୍ଷ ପୂର୍ବରୁ ଫୋନ୍‌ ଦିଆଯାଇ ନ ଥାଏ।

ଗ୍ରେଷ୍ଟୋନ୍ସ, ଆୟର୍ଲାଣ୍ଡର କାଉଣ୍ଟି ଓ୍ବିକ୍ଲୋରେ ଏକ ସ୍ଥାନ। ଏଠାରେ ଅଭିଭାବକମାନେ ଏକ ଟିମ୍‌ ଗଠନ କରି ପିଲାମାନଙ୍କୁ ମୋବାଇଲରୁ ଦୂରରେ ରଖୁଛନ୍ତି। ଏକତ୍ର ବସି ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପିଲାମାନେ ବଡ ନ ହେବା ପର୍ଯ୍ୟନ୍ତ ସ୍ମାର୍ଟଫୋନ ଦିଆଯିବା ଉଚିତ ନୁହେଁ। ଗାଁର ସମସ୍ତ ପ୍ରାଥମିକ ବିଦ୍ୟାଳୟ ପିଲାମାନଙ୍କୁ କୌଣସି ପରିସ୍ଥିତିରେ ଫୋନ୍‌ ଆଣିବାକୁ ବାରଣ କରିଛନ୍ତି। ଏହି ନିଷେଧାଦେଶ ହେତୁ ପିଲାମାନେ ନିଜ ମାତାପିତାଙ୍କଠାରୁ ବ୍ୟକ୍ତିଗତ ଫୋନ୍‌ ମଧ୍ୟ ଚାହାନ୍ତି ନାହିଁ ଏବଂ ସେମାନଙ୍କର ସ୍କ୍ରିନ ସମୟ ମଧ୍ୟ କମିଯାଏ। କେବଳ ମାତାପିତା ଖର୍ଚ୍ଚ ଏହା ଦ୍ୱାରା ସଞ୍ଚୟ ହେଉନାହିଁ, ପିଲାମାନଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁଛି।

ପିଲାମାନେ ଫୋନ୍‌ ନେଇ ବିଦ୍ୟାଳୟ ଯାଉଥିଲେ। ଯେଉଁ ପିଲାମାନଙ୍କର ଏହି ଫୋନ୍‌ ନ ଥିଲା, ସେମାନଙ୍କୁ ଗାଳିଗୁଲଜ କରାଯାଇଥିଲା ଏବଂ କଅଁଳ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଥିଲେ। ଇଂଲଣ୍ଡର ନ୍ୟାଶନାଲ ହେଲ୍‌ଥ ସିଷ୍ଟମର ରିପୋର୍ଟ ଅନୁଯାୟୀ, କିଶୋରମାନେ ୧୭ରୁ ୧୯ବର୍ଷ ବୟସରେ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିରେ ଡିଜିଟାଲ ଫୋନ୍‌ ବ୍ୟବହାର ଏକ ପ୍ରମୁଖ କାରଣ ଅଟେ। ତେଣୁ ଏହି ଗାଁର ମାତାପିତାମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ, ପିଲାମାନଙ୍କୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ଦିଆଯିବ ନାହିଁ। ଫଳରେ ପିଲାମାନେ ଶାନ୍ତିରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?