ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…

ଡେରାଡୁନ୍‌,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ତୃତୀୟ ଲହର ନ ଆସିବା ପୂର୍ବରୁ ଉତ୍ତରାଖଣ୍ଡରେ ଗତ ୧୫ ଦିନ ମଧ୍ୟରେ ୧,୬୧୮ ଜଣ ଶିଶୁଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏପ୍ରିଲ୍‌ ୧୬ରୁ ମେ’ ୧୫ ମଧ୍ୟରେ ଏହି ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ ଶିଶୁଙ୍କ ବୟସ ୯ ବର୍ଷରୁ କମ୍‌ ରହିଛି। ଏପ୍ରିଲ୍‌ ୧୬ରୁ ମେ’ ୧୪ ମଧ୍ୟରେ ଗତ ଏକ ମାସ ମଧ୍ୟରେ ରାଜ୍ୟରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟର ୯ଟି ପାହାଡ଼ିଆ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪,୪୨୬ରେ ପହଞ୍ଚିଛି।

Share