ଅନୁଷ୍କାଙ୍କୁ ଏହି ନାଁରେ ଡାକନ୍ତି ବିରାଟ

ପ୍ରାୟତଃ ସମସ୍ତଙ୍କର ନିଶ୍ଚିତ ଭାବରେ ଏକ ଭଲ ଓ ଡାକ ନାମ ରହିଛି। ଏହି ନାମ ପିଲାଦିନରେ ପରିବାର ସଦସ୍ୟ କିମ୍ବା ସ୍କୁଲରେ ସାଙ୍ଗମାନଙ୍କ ଦ୍ୱାରା ଏହି ନାମ ରଖାଯାଇଥାଏ। ଆଉ ଏହି ଡାକ ନାମରେ ସମସ୍ତେ ଡାକିଥାନ୍ତି। ଏହି କ୍ରମରେ ବଲିଉଡ୍‌ ତାରକା ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ତେବେ ଜାଣନ୍ତୁ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଡାକ ନାମ କ’ଣ? ଅନୁଷ୍କାଙ୍କୁ ତାଙ୍କ ମା’ବାପା ‘ନୁଶକେଶ୍ୱର’ ବୋଲି ଡାକୁଥିଲେ। ପରେ ଏହି ନାମ ଛୋଟ ହୋଇ ‘ନୁଶ୍କି’ରେ ପହଞ୍ଚିଥିଲା । ତାଙ୍କ ସ୍ବାମୀ ବିରାଟ କୋହଲି ମଧ୍ୟ ତାଙ୍କୁ ସମାନ ନାମରେ ଡାକନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କୁ ତାଙ୍କ ଡାକନାମ ପଚରାଯାଇଥିଲା, ସେ ନିଜେ ତାଙ୍କ ଡାକ ନାମ ‘ନୁଶ୍କି’ ବୋଲି କହିଥିଲେ।

Share