ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ରାଜସ୍ଥାନର ମହିଳା ସରପଞ୍ଚ ନିରୁ ଯାଦବ। ଛାପ୍ରାର ସଲିମପୁର ଗାଁରେ ତାଙ୍କ ଜନ୍ମ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ବିବାହ ପରେ ସେ ଝୁନ୍‌ଝୁନ୍‌ ଜିଲା ଲାମ୍ବିଅହିର ଗାଁକୁ ଯିବା ପରେ ୨୦୨୦ରେ ପ୍ରଥମ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ।
ସେବେଠାରୁ ସେ ମହିଳା ସଶକ୍ତୀକରଣ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ଆପଣାଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ନିରୁ ଗ୍ରାମୀଣ ଝିଅମାନଙ୍କୁ ହକି ପ୍ରଶିକ୍ଷଣର ବ୍ୟବସ୍ଥା କରି ଜଣେ କୋଚ୍‌ଙ୍କୁ ସବୈତନିକ ନିଯୁକ୍ତି ଦେଇଛନ୍ତି। ଏ ବାବଦରେ ସେ ତାଙ୍କ ଭତ୍ତାକୁ ଖର୍ଚ୍ଚ କରିବା ସହ ବିଭିିନ୍ନ ଦିଗରୁ ପାଣ୍ଠି ସଂଗ୍ରହ କରି ଆଗେଇ ନେଉଛନ୍ତି। ଏଠାରୁ ଝିଅମାନେ ବ୍ଲକ୍‌ ଓ ଜିଲାସ୍ତରୀୟ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରିସାରିଲେଣି ଓ ଜାତୀୟ ସ୍ତରର ଟୁର୍ନାମେଣ୍ଟରେ ଭାଗ ନେବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। କୃଷକ ଉତ୍ପାଦକ ସଂଗଠନ ଆରମ୍ଭ କରି କୃଷକମାନଙ୍କୁ ରିହାତିରେ ସାର, ବିହନ ଓ ଆନୁଷଙ୍ଗିକ କୃଷି ଉପକରଣ ଯୋଗାଇ ଦେଉଛନ୍ତି। ଏହାସହ ସ୍ଥାନୀୟ ସରକାରୀ ସ୍କୁଲଗୁଡ଼ିକର ଡିଜିଟାଇଜେଶନ କରୁଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଭାଗିତାରେ ଗାଁଗୁଡ଼ିକରେ ଆର୍ଥିକ ସମାବେଶୀ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଭଳି ବହୁମୁଖୀ କାର୍ଯ୍ୟକ୍ରମ ପାଇଁ ନିରୁଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri