ଏଇ ଭାରତରେ

କମ୍‌ ଖର୍ଚ୍ଚରେ କମ୍‌ ଜାଗାରେ ପଶୁଚାରା ଉତ୍ପାଦନର ନୂଆ ବାଟ ଦେଖାଇଛନ୍ତି ଇଞ୍ଜିନିୟର ଅଶ୍ୱିନୀ ସାଓ୍ବନ୍ତ। ସେ ୫୦୦ ବର୍ଗଫୁଟ ଜାଗାରେ ହାଇଡ୍ରୋପୋନିକ୍ସ ପଦ୍ଧତିରେ ଦିନକୁ ୫୦୦ କେ.ଜି. ପଶୁଚାରା ଉତ୍ପାଦନ କରୁଛନ୍ତି। ଏଥିରେ ପାରମ୍ପରିକ ପଦ୍ଧତି ତୁଳନାରେ ୯୯% ବଞ୍ଚୁଛି। ସେ ମୁଖ୍ୟତଃ ମକା, ଗହମ ବାର୍ଲି ଆଦି ଚାରା ଉତ୍ପାଦନ କରୁଛନ୍ତି। ବିଗତ ୮ ବର୍ଷ ହେଲା ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। କେବଳ ଏତିକି ନୁହେଁ, ଏବେସୁଦ୍ଧା ସେ ଏହି ପଦ୍ଧତି ସମ୍ପର୍କରେ ୮୦୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି; ଯେଉଁଥିରେ ସେମାନେ ଉପକୃତ ହେଉଛନ୍ତି। ଅଶ୍ୱିନୀ ଦୁବାଇରେ ଇଞ୍ଜିନିୟର ଥିଲେ। ସେଠାରେ ୨୦୦୦ଟି ପଶୁଥିବା ଏକ ଫାର୍ମରେ ସବୁଜ ଚାରା ଚାଷ ଦେଖି ତାହା ଭାରତରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେଠାରୁ ଚାକିରି ଛାଡ଼ି ୨୦୧୧ରେ ପୁଣେର ତାଙ୍କ ପୈତୃକ ଗାଁକୁ ଫେରି ୨୦୧୫ରେ ଏକ ଫାର୍ମ କରିଥିଲେ। ଏବେ ତାଙ୍କ ଫାର୍ମରେ ୧୦୫ଟି ଗାଈ ଓ ଛେଳି ଅଛନ୍ତି। ଅଶ୍ୱିନୀ କହନ୍ତି, ୧୦୦୦ ବର୍ଗଫୁଟ ଜାଗାରେ ଯେତିକି ସବୁଜ ଚାରା ଉତ୍ପାଦନ ସମ୍ଭବ ତାହା ୭ ଏକର ଜମିରେ ପାରମ୍ପରିକ ପଦ୍ଧତିରେ ହୋଇପାରିବ। ପାରମ୍ପରିକ ପଦ୍ଧତିରେ ଉତ୍ପାଦିତ ଚାରା ମୂଲ୍ୟ କେଜି ପ୍ରତି ୮-୧୪ ଟଙ୍କା ହୋଇଥିବାବେଳେ ଅଶ୍ୱିନୀଙ୍କ ଚାରାର ଦାମ୍‌ ମାତ୍ର ୨ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri