ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟବହାର କମାଇ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ କେରଳର ଦୁଇ ଭାଇଙ୍କ ପ୍ରୟାସ ପ୍ରେରଣାଦାୟକ। ରିଷଭ ଓ ରୋହନ ସୁରି ‘କ୍ୱାଡ୍ରାଟ’ ଷ୍ଟାର୍ଟଅପ୍‌ ଗଠନ କରି କୁଟା ଏବଂ କୁଣ୍ଡାରୁ ପ୍ଲେଟ୍‌, କପ୍‌, ଚାମଚ ଓ ଷ୍ଟ୍ର ତିଆରି କରୁଛନ୍ତି। ସେମାନେ ବିଭିନ୍ନ ରାଇସ ମିଲ୍‌ରୁ କୁଣ୍ଡା ଓ ଚାଷୀମାନଙ୍କଠାରୁ କୁଟା ସଂଗ୍ରହ କରୁଛନ୍ତି। ଉତ୍ପାଦଗୁଡ଼ିକ ବ୍ୟବହାର ପରେ ଖୁବ୍‌ ଶୀଘ୍ର ମାଟିରେ ମିଶିଯାଉଛି। ୨୦୧୮ରେ ଦୁଇ ଭାଇ ଉଗାଣ୍ଡାର ଏକ ପାହାଡ଼ ଚଢୁଥିବାବେଳେ ସେଠାରେ ପ୍ଲାଷ୍ଟିକ ବର୍ଜ୍ୟ ଦେଖିବା ପରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଭାରତରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ଦେଖି ଏଭଳି ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ଉପତ୍ାଦ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ ଓ ନାଗାଲାଣ୍ଡରେ ବିକ୍ରି ହେଉଛି। ଏହା ବ୍ୟତୀତ ଏହିସବୁ ଉପତ୍ାଦ ଆମେରିକା, ବ୍ରିଟେନ, କାନାଡା ଓ ମେକ୍‌ସିକୋକୁ ପଠାଯାଉଛି। ଜୁନ୍‌ ମାସରେ ସେମାନେ ୨୫,୦୦୦ ୟୁନିଟ ପ୍ଲେଟ୍‌, କପ୍‌, ଚାମଚ ଓ ଷ୍ଟ୍ର ବିକ୍ରି କରିଛନ୍ତି। ଏହି ପ୍ଲେଟ୍‌ରେ ପାଣି ୨୦ ମିନିଟ ଓ କପ୍‌ରେ ୭୦ ମିନିଟ ରହିପାରୁଛି। ଚାମଚ ଓ ଷ୍ଟ୍ରକୁ ବି ଚୋବାଇ ଖାଇହେଉଛି। କପ୍‌ର ମୂଲ୍ୟ ୬ ଟଙ୍କା ଥିବାବେଳେ ଚାମଚ ଓ ଷ୍ଟ୍ର ପ୍ୟାକେଟ ମୂଲ୍ୟ ୩୯୯ ଟଙ୍କା । ୨୫ଟି ପ୍ଲେଟ୍‌ ଥିବା ପ୍ୟାକେଟର ମୂଲ୍ୟ ୨୯୯ ଓ ଏହାକୁ ପ୍ରାଣୀମାନେ ଖାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri