ଏଇ ଭାରତରେ

ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ମାନବ ଜୀବନକୁ ବଦଳାଇ ଦେଇଛି। ସୋସିଆଲ ମିଡିଆ ସୂଚନା ପ୍ରଦାନର ଦ୍ରୁତତମ ମାଧ୍ୟମ ପାଲଟିଛି। ବର୍ଷ ବର୍ଷ ପୂର୍ବରୁ ଅଲଗା ହୋଇଥିବା ପ୍ରିୟଜନଙ୍କ ସହ ମିଳିତ ହେବାରେ ସାହାଯ୍ୟ କରୁଛି। କେରଳର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି, ଯିଏ ଚାକିରି ଖୋଜିବା ପାଇଁ ୧୭ ବର୍ଷ ପୂର୍ବେ ବ୍ରିଟେନ ଯାଇ ନିଖୋଜ ତାଲିକାଭୁକ୍ତ ହୋଇଯାଇଥିଲେ। ଏକ ଫେସବୁକ ପୋଷ୍ଟ ତାଙ୍କୁ ୧୭ ବର୍ଷ ପରେ ମା’ଙ୍କ ପାଖକୁ ନେଇଆସିଛି। କେରଳର ରାଜଧାନୀ ଥିରୁଭାନନ୍ତପୁରମର ନାଗାରୁରର ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଜାରି ଜରୁରିକାଳୀନ ପ୍ରମାଣପତ୍ରରେ ଜୁଲାଇ ୬ରେ ଦିଲ୍ଲୀରେ ପହଞ୍ଚିଥିଲେ। ଜୁଲାଇ ୧୦ରେ, ଯେତେବେଳେ ଓକିଲ ଦୀପା ଯୋଶେଫ ଦିଲ୍ଲୀର ଅନ୍ତର୍ଜାତୀୟ ଟର୍ମିନାଲରେ ଉପସ୍ଥିତ ଥିଲେ। ଦୀପା ଦେଖିଲେ ଜଣେ ବ୍ୟକ୍ତି ସେଠାରେ ଥିବା କାଫଟେରିଆ କର୍ମଚାରୀଙ୍କ ସହ ଝଗଡା କରୁଛନ୍ତି। ପରେ ଦୀପା ତାଙ୍କ ସୂଚନା ମାଗିଥିଲେ। ସେ କେରଳରେ ତାଙ୍କ ପରିବାର ବିଷୟରେ ସ୍ପଷ୍ଟ ଉତ୍ତର ଦେଇପାରି ନ ଥିଲେ। ଦୀପା ସେହି ବ୍ୟକ୍ତିଙ୍କ କିଛି ଚିତ୍ର ତାଙ୍କ ଫେସବୁକ ଆକାଉଣ୍ଟରେ ଶେୟାର କରିଥିଲେ। ସେ ଆଶା କରିଥିଲେ ଏହି ଚିତ୍ର ମାଧ୍ୟମରେ ବ୍ୟକ୍ତି ତାଙ୍କ ପରିବାରରେ ପହଞ୍ଚି ପାରିବେ।
ଦୀପାଙ୍କ ଆଶା ସଫଳ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ମା’ ପୋଲିସ ଷ୍ଟେଶନରେ ପହଞ୍ଚି ପୁଅ ସମ୍ପର୍କରେ ସମସ୍ତ ତଥ୍ୟ ଦେଇଥିଲେ ଓ ୧୭ ବର୍ଷ ପରେ ତାଙ୍କ ପୁଅଙ୍କୁ ଘରକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri