ଏଇ ଭାରତରେ

ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯିବାର ବହୁ ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟଅପ୍‌ ‘ସନ୍‌ବ୍ରିଡ୍‌ ଷ୍ଟ୍ର’ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଲାଗି ଏକ ନିଆରା ପଦ୍ଧତି ଆବିଷ୍କାର କରିଛି। ଏହା ମାଧ୍ୟମରେ ନଡ଼ିଆ ପତ୍ରରୁ ଷ୍ଟ୍ର ତିଆରି କରାଯାଉଛି। ଏହି ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ହେଉଛନ୍ତି କ୍ରାଏଷ୍ଟ ୟୁନିଭର୍ସିଟି ବେଙ୍ଗାଲୁରୁର ସହକାରୀ ପ୍ରାଧ୍ୟାପକ ସାଜି ଭର୍ଗିସ୍‌। ସାଜିଙ୍କ ବୟସ ୫୧। ସେ ୟୁନିଭର୍ସିଟି ପରିସରରେ ଶୁଖିଲା ନଡ଼ିଆ ବାହୁଙ୍ଗା ସବୁ ପଡ଼ିଥିବାର ଲକ୍ଷ୍ୟକରି ଏହାର ପରିବେଶ ଉପଯୋଗୀ ଉପଯୋଗ କରିବାକୁ ୨୦୧୭ରେ ନିଷ୍ପତ୍ତି ନେଇଥିଲେ। ୨୦୧୯ ସୁଦ୍ଧା ‘ସନ୍‌ବ୍ରିଡ ଷ୍ଟ୍ର’ ଷ୍ଟାର୍ଟଅପ ପ୍ରତିଷ୍ଠା କରି ତା’ ମାଧ୍ୟମରେ ନଡ଼ିଆ ପତ୍ରକୁ ବ୍ୟବହାର କରି ଷ୍ଟ୍ର ତିଆରି କରିବା ଆରମ୍ଭ କରିଥିଲେ। ଗୋଟିଏ ନଡ଼ିଆ ବାହୁଙ୍ଗାରେ ଯେତିକି ପତ୍ର ଅଛି ସେଥିରୁ ୨୦୦ ଷ୍ଟ୍ର ତିଆରି କରାଯାଇପାରୁଛି। ସମ୍ପୂର୍ଣ୍ଣ ରସାୟନ ମୁକ୍ତ ପଦ୍ଧତିରେ ଏହାକୁ ତିଆରି କରାଯାଉଛି। ଏହି ଷ୍ଟ୍ର ମାଟିରେ ବି ମିଶିଯାଉଛି। ଏହା କୌଣସି ଦ୍ରବଣରେ ତିନିଘଣ୍ଟା ଯାଏ ରହିପାରୁଛି। ଗୋଟିଏ ଷ୍ଟ୍ରର ମୂଲ୍ୟ ରହିଛି ୫ ଟଙ୍କା। ଏବେ ସୁଦ୍ଧା ସାଜି ୧୦ଟିରୁ ଊର୍ଦ୍ଧ୍ୱ ଦେଶରୁ ୨ କୋଟିରୁ ଅଧିକ ଅର୍ଡର ପାଇସାରିଲେଣି। ଷ୍ଟ୍ର ତିଆରି କାର୍ଯ୍ୟରେ ସେ କେରଳ, ତାମିଲନାଡୁ ଓ କର୍ନାଟକର ୧୦୦ ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଏହି ପରିବେଶ ଉପଯୋଗୀ ଷ୍ଟ୍ର ଲାଗି ସାଜିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri