ଏଇ ଭାରତରେ

ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ତାଙ୍କ ଘରେ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଲାଟୁର ଜିଲାର ରେନାପୁର ତହସିଲର ବାସିନ୍ଦା ୩୬ ବର୍ଷ ବୟସ୍କ ଶିବଶଙ୍କର ଚୋପାଲେ ଏହି ବିହନ ବ୍ୟାଙ୍କରୁ ଲୋକଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ଛାତ୍ର ଓ ନାଗରିକ ଗଛ ଲଗାଉଛନ୍ତି।
ତିନି ବର୍ଷ ପୂର୍ବେ ସେ ଏହି ପଦକ୍ଷେପ ଆରମ୍ଭ କରିଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୫,୦୦୦ ଲୋକ ଏବଂ ବହୁ ଏନ୍‌ଜିଓକୁ ମଞ୍ଜି ବଣ୍ଟନ କରିଛନ୍ତି। ଏହି ବିହନ ବ୍ୟାଙ୍କ ତାଙ୍କ ଘରେ ଖୋଲିଛନ୍ତି। ଏଥିରେ ୧୫୦ ପ୍ରକାରର ବିହନ ଅଛି। ଏକ ଘରୋଇ ଗ୍ୟାସ ଏଜେନ୍ସିରେ କାର୍ଯ୍ୟ କରୁଥିବା ଚୋପାଲେ କହିଛନ୍ତି, ସେ ଗଛ ଲଗାଇବା ପାଇଁ ଲୋକଙ୍କୁ ମାଗଣା ବିହନ ସହ ପରିବେଶ ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି। ସେ ଏକ ବିହନ ବ୍ୟାଙ୍କ ମାଧ୍ୟମରେ ବୃକ୍ଷରୋପଣ ବୃଦ୍ଧି ସହ ପରିବେଶ ପ୍ରତି ଲୋକଙ୍କୁ ସଚେତନ କରୁଛନ୍ତି। ଶିବ ଶଙ୍କର କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ପିଲାଦିନରୁ ସେ ପ୍ରକୃତିକୁ ଭଲ ପାଉଥିଲେ। ସେ ମଧ୍ୟ ପ୍ଲାଷ୍ଟିକ ବୋତଲଗୁଡ଼ିକର ପୁନଃବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି। ଲୋକମାନେ ଏହି ଅଭିଯାନରେ ତାଙ୍କୁ ସମର୍ଥନ କରୁଛନ୍ତି। ଲାଟୁର ଜିଲା ପରିଷଦର କୃଷି ବିଭାଗର ଅଭିଯାନ ଅଧିକାରୀ ଗୋପାଳ ଶେରଖାନେ ଚୋପାଲେଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri