ଏଇ ଭାରତରେ

ଆଦିବାସୀ ଗ୍ରାମ୍ୟଜୀବନର ଉକତ୍ୃଷ୍ଟ କଳା ଧୀରେ ଧୀରେ ଲୋପ ପାଇଯାଉଛି। ଏହାର ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଥିବା ବେଳେ ଏ କ୍ଷେତ୍ରରେ ଜଣେ ଆଦିବାସୀ ମହିଳାଙ୍କ ଅବଦାନ ପ୍ରଶଂସନୀୟ। ମଧ୍ୟପ୍ରଦେଶର ଭିଲାଲ ଆଦିବାସୀ ସମୁଦାୟର ମହିଳା ସାକ୍ଷୀ ଭୟଡିଆ ଗ୍ରାମ୍ୟ କଳାକୁ ଉଜ୍ଜୀବିତ କରିଛନ୍ତି। ଆଲିରାଜପୁର ଜିଲା ଜୋବଟ ତହସିଲର ସାକ୍ଷୀ ଏକ ଟ୍ରାଇବାଲ ଆର୍ଟ ଗ୍ୟାଲେରି ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଇନ୍ଦୋରରେ ଏହି ଆର୍ଟ ଗ୍ୟାଲେରି ଚଳାଉଛନ୍ତି। ନିଜ ସମ୍ପର୍କୀୟ ଓ ବନ୍ଧୁମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରି ପ୍ରଥମେ ଏହି ଆର୍ଟ ଗ୍ୟାଲେରି ଗଠନ କରିଥିଲେ ଏବଂ ଏବେ ଏହା କଳା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିପାରିଛି। ସାକ୍ଷୀ ବିଭିନ୍ନ ଆଦିବାସୀ କଳା ପରମ୍ପରାକୁ ଆର୍ଟ ମାଧ୍ୟମରେ ସାରା ଦେଶରେ ନୂଆ ପରିଚୟ ଦେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ ହସ୍ତକଳା ବେଶ୍‌ ପ୍ରଶଂସିତ ହେଉଛି। ତାଙ୍କ ପ୍ରଚେଷ୍ଟାରେ ଗାଁର ପିଥୋରୀ କଳାକୁ ନୂଆ ପରିଚୟ ବି ମିଳିପାରିଛି। ଦେଶର ସବୁଆଡେ ଆୟୋଜିତ ପ୍ରଦର୍ଶନୀରେ ଭାଗ ନେଇ ତାଙ୍କ ଦ୍ୱାରା ପ୍ରସ୍ତୁତ ଆଦିବାସୀ ଚିତ୍ରକଳା ଓ ହସ୍ତକଳାକୁ ଲୋକଙ୍କ ସାମ୍‌ନାରେ ଉପସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟରେ ସେ ୧୦ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri