ଏଇ ଭାରତରେ

ଆଦିବାସୀ ଗ୍ରାମ୍ୟଜୀବନର ଉକତ୍ୃଷ୍ଟ କଳା ଧୀରେ ଧୀରେ ଲୋପ ପାଇଯାଉଛି। ଏହାର ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଥିବା ବେଳେ ଏ କ୍ଷେତ୍ରରେ ଜଣେ ଆଦିବାସୀ ମହିଳାଙ୍କ ଅବଦାନ ପ୍ରଶଂସନୀୟ। ମଧ୍ୟପ୍ରଦେଶର ଭିଲାଲ ଆଦିବାସୀ ସମୁଦାୟର ମହିଳା ସାକ୍ଷୀ ଭୟଡିଆ ଗ୍ରାମ୍ୟ କଳାକୁ ଉଜ୍ଜୀବିତ କରିଛନ୍ତି। ଆଲିରାଜପୁର ଜିଲା ଜୋବଟ ତହସିଲର ସାକ୍ଷୀ ଏକ ଟ୍ରାଇବାଲ ଆର୍ଟ ଗ୍ୟାଲେରି ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଇନ୍ଦୋରରେ ଏହି ଆର୍ଟ ଗ୍ୟାଲେରି ଚଳାଉଛନ୍ତି। ନିଜ ସମ୍ପର୍କୀୟ ଓ ବନ୍ଧୁମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରି ପ୍ରଥମେ ଏହି ଆର୍ଟ ଗ୍ୟାଲେରି ଗଠନ କରିଥିଲେ ଏବଂ ଏବେ ଏହା କଳା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିପାରିଛି। ସାକ୍ଷୀ ବିଭିନ୍ନ ଆଦିବାସୀ କଳା ପରମ୍ପରାକୁ ଆର୍ଟ ମାଧ୍ୟମରେ ସାରା ଦେଶରେ ନୂଆ ପରିଚୟ ଦେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ ହସ୍ତକଳା ବେଶ୍‌ ପ୍ରଶଂସିତ ହେଉଛି। ତାଙ୍କ ପ୍ରଚେଷ୍ଟାରେ ଗାଁର ପିଥୋରୀ କଳାକୁ ନୂଆ ପରିଚୟ ବି ମିଳିପାରିଛି। ଦେଶର ସବୁଆଡେ ଆୟୋଜିତ ପ୍ରଦର୍ଶନୀରେ ଭାଗ ନେଇ ତାଙ୍କ ଦ୍ୱାରା ପ୍ରସ୍ତୁତ ଆଦିବାସୀ ଚିତ୍ରକଳା ଓ ହସ୍ତକଳାକୁ ଲୋକଙ୍କ ସାମ୍‌ନାରେ ଉପସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟରେ ସେ ୧୦ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri