ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା ବିଭିନ୍ନ ଜାଗାରେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଏମାନଙ୍କର ସବୁ ଖର୍ଚ୍ଚ ତୁଲାଉଛନ୍ତି। ଏମିତି କି ବହୁ ସମୟରେ ଜଣେ କିନ୍ନର ଭାବେ ତାଙ୍କୁ କାମ ମିଳେନି। ଫଳରେ ସେ ପିଲାମାନଙ୍କ ଖର୍ଚ୍ଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କୌଣସି ପ୍ରକାରେ ତାହାକୁ ଚଳାଇ ନେଉଛନ୍ତି। ମନୀଷାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମାତାପିତା ତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଥିଲେ। ଘାତ ପ୍ରତିଘାତ ମଧ୍ୟରେ ବଡ଼ ହୋଇଥିଲେ ମନୀଷା। ଏମିତି କି ଅନେକ ଦିନ ତାଙ୍କୁ ଉପାସ ରହିବାକୁ ପଡ଼ିଥିଲା। ସେତେବେଳେ ଅନାଥ ପିଲାମାନଙ୍କୁ ସହାୟ ହେବାର ଲକ୍ଷ୍ୟ ତାଙ୍କ ମନରେ ଉଙ୍କି ମାରିଥିଲା, ଯାହାକୁ ଏବେ ସେ ଜାରି ରଖିଛନ୍ତି। ମନୀଷାଙ୍କ ୮ ଜଣ ପିଲାଙ୍କ ମଧ୍ୟରେ ସାନ ପିଲାଟିର ବୟସ ୭ ମାସ। ଏହି ପିଲାଟିର ମା’ବାପାଙ୍କ ଦେହାନ୍ତ ହେବାପରେ ସେ ସାଂଘାତିକ ରୋଗରେ ପୀଡ଼ିତ ଥିଲା। ମନୀଷା ତାଙ୍କୁ ମେଡିକାଲରେ ଭର୍ତ୍ତିକରି ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ। ପିଲାମାନଙ୍କୁ ଖାଇବା ପିଇବାକୁ ଦେଇ ପଢ଼ାଇବା ସହ ବହୁ ସମୟରେ ସେମାନଙ୍କୁ ଚିକିତ୍ସା କରାଇବା ଲାଗି ଅର୍ଥ ଅଭାବ ଦେଖାଦିଏ। ତେବେ ମେଡିକାଲ୍‌ରେ ଡାକ୍ତରମାନେ ତାଙ୍କୁ ସାହାଯ୍ୟ କରନ୍ତି। ତାଙ୍କ ନଜରରେ ଆସୁଥିବା ଅନାଥ ପିଲାମାନଙ୍କୁ କେବେ କଷ୍ଟ ସହିବାକୁ ଦେବେନାହିଁ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଜୀବନ ସେବା ଜାରି ରଖିବାକୁ କହନ୍ତି ମନୀଷା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri