ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା ବିଭିନ୍ନ ଜାଗାରେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଏମାନଙ୍କର ସବୁ ଖର୍ଚ୍ଚ ତୁଲାଉଛନ୍ତି। ଏମିତି କି ବହୁ ସମୟରେ ଜଣେ କିନ୍ନର ଭାବେ ତାଙ୍କୁ କାମ ମିଳେନି। ଫଳରେ ସେ ପିଲାମାନଙ୍କ ଖର୍ଚ୍ଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କୌଣସି ପ୍ରକାରେ ତାହାକୁ ଚଳାଇ ନେଉଛନ୍ତି। ମନୀଷାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମାତାପିତା ତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଥିଲେ। ଘାତ ପ୍ରତିଘାତ ମଧ୍ୟରେ ବଡ଼ ହୋଇଥିଲେ ମନୀଷା। ଏମିତି କି ଅନେକ ଦିନ ତାଙ୍କୁ ଉପାସ ରହିବାକୁ ପଡ଼ିଥିଲା। ସେତେବେଳେ ଅନାଥ ପିଲାମାନଙ୍କୁ ସହାୟ ହେବାର ଲକ୍ଷ୍ୟ ତାଙ୍କ ମନରେ ଉଙ୍କି ମାରିଥିଲା, ଯାହାକୁ ଏବେ ସେ ଜାରି ରଖିଛନ୍ତି। ମନୀଷାଙ୍କ ୮ ଜଣ ପିଲାଙ୍କ ମଧ୍ୟରେ ସାନ ପିଲାଟିର ବୟସ ୭ ମାସ। ଏହି ପିଲାଟିର ମା’ବାପାଙ୍କ ଦେହାନ୍ତ ହେବାପରେ ସେ ସାଂଘାତିକ ରୋଗରେ ପୀଡ଼ିତ ଥିଲା। ମନୀଷା ତାଙ୍କୁ ମେଡିକାଲରେ ଭର୍ତ୍ତିକରି ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ। ପିଲାମାନଙ୍କୁ ଖାଇବା ପିଇବାକୁ ଦେଇ ପଢ଼ାଇବା ସହ ବହୁ ସମୟରେ ସେମାନଙ୍କୁ ଚିକିତ୍ସା କରାଇବା ଲାଗି ଅର୍ଥ ଅଭାବ ଦେଖାଦିଏ। ତେବେ ମେଡିକାଲ୍‌ରେ ଡାକ୍ତରମାନେ ତାଙ୍କୁ ସାହାଯ୍ୟ କରନ୍ତି। ତାଙ୍କ ନଜରରେ ଆସୁଥିବା ଅନାଥ ପିଲାମାନଙ୍କୁ କେବେ କଷ୍ଟ ସହିବାକୁ ଦେବେନାହିଁ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଜୀବନ ସେବା ଜାରି ରଖିବାକୁ କହନ୍ତି ମନୀଷା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri