ଏଇ ଭାରତରେ

ମଧୁକାନ୍ତ ଭଟ୍ଟଙ୍କ ପାଇଁ ବୟସ ବାଧକ ହୋଇନାହିଁ। ୯୩ ବର୍ଷ ବୟସରେ ସେ ବର୍ଜ୍ୟ କନାରୁ ବ୍ୟାଗ୍‌ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ୫ ବର୍ଷ ହେଲା ସେ ଏଭଳି କାର୍ଯ୍ୟ କରିଆସୁଛନ୍ତି। ପ୍ଲାଷ୍ଟିକ ପଲିଥିନ ବ୍ୟାଗ୍‌ର ପରିବେଶଗତ ପ୍ରଭାବ ରୋକିବା ଲାଗି ସେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ସେ ୩୫,୦୦୦ ଲୋକଙ୍କୁ ମାଗଣାରେ କନା ବ୍ୟାଗ ବାଣ୍ଟିସାରିଲେଣି। ସେ ରୁହନ୍ତି ହାଇଦ୍ରାବାଦରେ। ଜନ୍ମ ତାଙ୍କର ଗୁଜରାଟ ଜାମନଗରରେ। ୪ ଝିଅ ଓ ଗୋଟିଏ ପୁଅର ମା’ ମଧୁକାନ୍ତ। ତାଙ୍କ ସନ୍ତାନଙ୍କୁ ଭଲ ଶିକ୍ଷା ଦେବା ସହ ସିଲାଇ କାମ କରୁଥିଲେ। ସେ ପ୍ରଥମେ ୧୯୫୫ ମସିହାରେ ୨୦୦ ଟଙ୍କାରେ ସିଲେଇ ମେଶିନ କିଣି ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଥିଲେ। ତାଙ୍କର ସେହି ଅଭ୍ୟାସ ଏବେ ପରିଣତ ବୟସରେ ତାଙ୍କୁ ବେଶ୍‌ ସହାୟକ ହେଉଛି। ସେ ସକାଳ ୭ରେ ଉଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ମେଶିନ୍‌ରେ ବସି ବ୍ୟାଗ୍‌ ତିଆରି କରୁଛନ୍ତି। ବ୍ୟାଗ୍‌ ପାଇଁ ବର୍ଜ୍ୟ କନା ସେ ସେକ୍ସଟାଇଲ କମ୍ପାନୀ ଟେଲରମାନଙ୍କ ନିକଟରୁ ସଂଗ୍ରହ କରନ୍ତି। ଏପରିକି ଅନେକ ଟେଲର ମାଲିକ ମଧୁକାନ୍ତଙ୍କ ପାଖରେ କନା ପହଞ୍ଚାଇ ଦେଉଛନ୍ତି। ସେ ତିଆରି କରୁଥିବା ବ୍ୟାଗ୍‌ ଲୋକଙ୍କୁ ବାଣ୍ଟିବା ଲାଗି କେତେକ ଏନ୍‌ଜିଓ ବି ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri