ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀଙ୍କ ନିଜ ଦାୟିତ୍ୱ ବାଦ୍‌ ନିଆରା ଉପାୟରେ ଜଳାଶୟ ପୁନରୁଦ୍ଧାର ନିଶ୍ଚିତ ଭାବେ ପ୍ରେରଣାଦାୟକ। ଏଭଳି କାର୍ଯ୍ୟ କରୁଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କମିଶନର ଅଂଶୁଲ ଗୁପ୍ତା। ବଡ଼ କଥା ହେଉଛି ସେ ସରକାରୀ ଅନୁଦାନ ବିନା କେବଳ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଓ ସଂଗୃହୀତ ପାଣ୍ଠି ମାଧ୍ୟମରେ ୫ ଏକରବିଶିଷ୍ଟ ଜଳାଶୟ ପୁନରୁଦ୍ଧାର କରିଛନ୍ତି। ୨୦୧୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଂଶୁଲ ୨୦୨୧ରେ ଉଜ୍ଜୟିନୀ ମ୍ୟୁନିସିପାଲ କମିଶନର ଦାୟିତ୍ୱ ନେବା ପରେ ଏଭଳି ପଦକ୍ଷେପ ନେଇଥିଲେ। ଉଜ୍ଜୟିନୀ ନିକଟରେ ଥିବା ଏହି ଜଳାଶୟ ସେଠାକାର କୃଷିରେ ପ୍ରମୁଖ ଭୂମିକା ନିଏ। ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ୧୨୫ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଏନ୍‌ଭାଇରନ୍‌ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ( ଇଏଫ୍‌ଆଇ) ଓ ସ୍ଥାନୀୟ ପ୍ରଶାସନ ସହଯୋଗରେ ଏହାର ପୁନରୁଦ୍ଧାର ସମ୍ଭବ ହୋଇଛି। ଏଥିରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଓ ଏହା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗାଡ଼ କରିଛନ୍ତି ଅଂଶୁଲ। ପୂର୍ବରୁ ସେ ଉମାରିଆ ଜିଲାର ଜିଲା ପଞ୍ଚାୟତ ସିଇଓ ଥିବା ସମୟରେ ୩୦ଟି ପରିତ୍ୟକ୍ତ ଜଳାଶୟ ସରକାରୀ ଯୋଜନାରେ ପୁନରୁଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri