ଏଇ ଭାରତରେ

ପରିବେଶ ଉପଯୋଗୀ କାଫେର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୁମ୍ବାଇରେ। ଏହାର ନାମ ଯୋଗୀସତ୍ତ୍ୱ କାଫେ। ରବିନା ତୌରାନି ଏହାର ମାଲିକ। ଏଠାରେ ଶତ ପ୍ରତିଶତ ଉଦ୍ଭିଜ ତଥା ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ରବିନା ଜଣେ ପୂର୍ବତନ ଚଳଚ୍ଚିତ୍ର ନାୟିକା। ୨୦୦୨ରେ ସେ ଦିଲ୍‌ ହାଏ ତୁମାରା କିମ୍ବା ବାଙ୍ଗ୍‌ ବାଙ୍ଗ୍‌ ସିନେମାରେ ଅଭିନୟ କରିଥିଲେ। ୨୦୧୪ରେ ମେରୁଦଣ୍ଡ ଆଘାତଜନିତ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶାକାହାରୀ ଉଦ୍ଭିଜ ଖାଦ୍ୟ ଉପରେ ସେ ଆଡ୍‌ଭାନ୍ସଡ ଡିପ୍ଲୋମା କରିବା ପରେ ୨୦୨୧ରେ ବାନ୍ଦ୍ରାରେ ଏହି କାଫେ ଖୋଲିଥିଲେ। ବଡ଼ କଥା ହେଉଛି, କାଫେରୁ ଯାହା ତରଳ/ ଓଦା ବର୍ଜ୍ୟ ବାହାରୁଛି ତାହାକୁ ସେ ଖତ କରୁଛନ୍ତି ଓ ଶୁଖିଲା ବର୍ଜ୍ୟ ଯଥା ପରିବାଚୋପା ଆଦିକୁ ବୁଲା ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି। ସମସ୍ତ କାର୍ଟୁନ ଓ ବକ୍ସଗୁଡ଼ିକୁ ସେ ରିସାଇକେଲ ସଂସ୍ଥା ଫାଇଭ୍‌-ସାଇକେଲକୁ ଦେଉଛନ୍ତି। କାଫେରେ ଆଦୌ ପ୍ଲାଷ୍ଟିକ ବ୍ୟବହାର କରାଯାଉନାହିଁ। କେବଳ ଜୈବିକ ଫଳ, ପରିବା ଓ ଡ୍ରାଏ ଫ୍ରୁଟ୍ସରୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ରବିନା ଏସବୁ ମହାରାଷ୍ଟ୍ରର କୃଷକମାନଙ୍କଠାରୁ ସଂଗ୍ରହ କରୁଛନ୍ତି। ଉକ୍ତ କାଫେରେ ଭାରତ ବ୍ୟତୀତ ଶୁଦ୍ଧ ଶାକାହାରୀ ମେକ୍ସିକୋ, ଲେବାନନ୍‌ ଏବଂ ଭିଏଟ୍‌ନାମ ବ୍ୟଞ୍ଜନ ମଧ୍ୟ ପରଷାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri