ଏଇ ଭାରତରେ

ଖାଦ୍ୟଶସ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁଜ ବିପ୍ଳବ ଜାରି ରହିଥିବାବେଳେ ବିହାରରେ ଛତୁ ବିପ୍ଳବ ଆରମ୍ଭ କରିଛନ୍ତି ଡ. ଦୟାରାମ। ସେ ସମସ୍ତିପୁରସ୍ଥ ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ଏଗ୍ରିକଲ୍‌ଚର ୟୁନିଭର୍ସିଟିର ବୈଜ୍ଞାନକ ଭାବେ କାର୍ଯ୍ୟରତ। ଦୟାରାମ ବିଗତ ଦଶନ୍ଧିରୁ ଏଯାବତ୍‌ ୨ଲକ୍ଷ କୃଷକଙ୍କୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ତାଙ୍କ ଟିମ୍‌ ଉଦ୍ୟମରେ ୨୦୨୧-୨୦୨୨ରେ ଛତୁଚାଷୀମାନେ ୨୮ ହଜାର ଟନ ଛତୁ ଉତ୍ପାଦନ କରିିଛନ୍ତି। ସବୁ ଚାଷୀ ବର୍ତ୍ତମାନ ବର୍ଷକୁ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ। ଡ. ଦୟାରାମଙ୍କ ଛତୁ ବିପ୍ଳବ ଯୋଗୁ ବିହାରରେ ଦେଶର ମୋଟ ଛତୁ ଉପତ୍ାଦନର ୧୦.୮୨% ହେଉଛିି। ୧୯୯୯ରେ ଡ. ଦୟାରାମ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏହି ଅଭିଯାନ ଆରମ୍ଭ କରିଥିଲେ। ସେବେଠାରୁ ସେ ଓ ତାଙ୍କ ଟିମ୍‌ ଛତୁଚାଷୀମାନଙ୍କୁ ଚାଷ ସମ୍ପନ୍ଧୀୟ ଜ୍ଞାନକୌଶଳ ଯୋଗାଇ ଆସୁଛନ୍ତି ଓ ସେମାନଙ୍କ ଲାଗି ୧୨୩ଟି କଣ୍ଟ୍ରୋଲ ୟୁନିଟ ଖୋଲାଯାଇଛି। ପ୍ରଥମେ ୬ ପ୍ରକାର ଛତୁଚାଷ କରାଯାଇ ଏବେ ୫୦ ପ୍ରକାର ଚାଷ କରାଯାଉଛି। ଏବେ ଦିନକୁ ଅତିବେଶୀରେ ୧୦ ଟନ୍‌ ଉତ୍ପାଦନ ହୋଇପାରୁଛି। ୨୦୨୨-୨୩ରେ ଉପତ୍ାଦନ ୩୫ ଟନ୍‌ ହେବ ବୋଲି ଆକଳନ କରାଯାଇଛି ବୋଲି କହନ୍ତି ଡ. ଦୟାରାମ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri