ଏଇ ଭାରତରେ

ଉତ୍ତରଭାରତରେ ଗହମ ଓ ଧାନ ଖୁଣ୍ଟା ପୋଡ଼ି ଯୋଗୁ ବାୟ ପ୍ରଦୂଷଣ ହେଉଛି ଓ ସ୍ୱାସ୍ଥ୍ୟକୁ ଅତ୍ୟଧିକ ପ୍ରଭାବିତ କରୁଛି। ଏହାକୁ ରୋକିବା ଲାଗି ସରକାରଙ୍କ ପ୍ରୟାସରେ ଆଖିଦୃଶିଆ ସଫଳତା ମିଳିପାରୁ ନ ଥିବାବେଳେ ଖୁଣ୍ଟାରୁ ଇଟା ତିଆରି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ତରୁଣ ଜାମି। ବିଶାଖାପଟନମ୍‌ ନିବାସୀ ତରୁଣ ପେସାରେ ଜଣେ ସିଭିଲ ଇଞ୍ଜିନିୟର। ସେ ୨୦୧୭ରେ ଗ୍ରୀନ୍‌ ଜାମ୍‌ କମ୍ପାନୀ ପ୍ରତିଷ୍ଠା କରି ସେଠାରେ ଏହି ଇଟା ଉତ୍ପାଦନ କରୁଛନ୍ତି। ଫଳରେ ବାୟୁମଣ୍ଡଳରୁ କାର୍ବନ ନିର୍ଗମନ କମ୍‌ କରାଯାଇପାରୁଛି। ଏଗ୍ରିକଲ୍‌ଚର ଓ୍ବେଷ୍ଟ (କୃଷି ବର୍ଜ୍ୟ) ଏବଂ କିଛି ଶିଳ୍ପରୁ ବାହାରୁଥିବା ଅବଶେଷାଂଶକୁ ମିଶାଇ ଏହି କମ୍ପାନୀ ଆଗ୍ରୋକିଟ୍‌ ସୃଷ୍ଟି କରୁଛି। ଏହା କଂକ୍ରିଟର ବିକଳ୍ପ ହୋଇପାରିଛି। ଏହାକୁ ବ୍ୟବହାର କଲେ ନିର୍ମାଣ ମୂଲ୍ୟ ଅଧା କମିଯାଉଛି। ତରୁଣଙ୍କ ଦ୍ୱାରା ପ୍ରସ୍ତୁତ ଇଟା ପାରମ୍ପରିକ ଇଟାଠାରୁ ୩୦% ହାଲୁକା ହେଉଛି। ପରିବେଶ ଯାହା କ୍ଷତି ହୋଇଛି ତାହାକୁ ଭରଣା କରି ପରିସଂସ୍ଥାର ପୁନର୍ଗଠନ କରିବା ହିଁ ମାନବ ପାଇଁ କଲ୍ୟାଣକର ହେବ ବୋଲି କହନ୍ତି ତରୁଣ। ପରିବେଶ ଉପରେ ଆମ ଜୀବନଶୈଳୀର କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଚିନ୍ତା କରି ଏଭଳି କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଆଗାମୀ ପିଢିଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri