ଏଇ ଭାରତରେ

ମାର୍କେଟ୍‌ରେ ପଚା ପରିବା ଏଣେତେଣେ ଫିଙ୍ଗଦିଆଯାଉଛି ଓ ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ହେଲେ ହାଇଦ୍ରାବାଦର ବୋଏନ୍‌ପାଲ୍ଲୀ କିମ୍ବା ଡ. ବି.ଆର. ଆମ୍ବେଡକର ଭେଜିଟେବଲ ମାର୍କେଟ ଏସବୁରୁ ବିଦ୍ୟୁତ୍‌ ଉତ୍ପାଦନ କରି ଉଦାହରଣ ସୃଷ୍ଟି କରିଛି। ଏଥିରେ ୧୭୦ଟି ଦୋକାନକୁ ବିଦ୍ୟୁତ୍‌ ଯୋଗାଇ ଦିଆଯିବା ସହ ୧୦୦ଟି ଷ୍ଟ୍ରିଟ୍‌ଲାଇଟ୍‌ ଜଳୁଛି। ଉକ୍ତ ମାର୍କେଟରୁ ପ୍ରତିଦିନ ପାଖାପାଖି ୧୦ ଟନ୍‌ ଅର୍ଗାନିକ୍‌ ବର୍ଜ୍ୟ ବାହାରୁଛି। ଏସବୁ ଏଠିସେଠି ଗଦା ହେଉଥିଲା। କିନ୍ତୁ ଏବେ ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ ହେବାରୁ ମାର୍କେଟ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯାଇପାରିଛି। ପଚାଶଢ଼ା ପରିବାକୁ ପ୍ରଥମେ ବାୟୋମସ୍‌କୁ ପରିବର୍ତ୍ତନ କରାଯାଇ ପରେ ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ହାଇଦ୍ରାବାଦର ଆହୁଜା ଇଞ୍ଜିନିୟରିଂ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ୨୦୨୦ରେ ମାର୍କେଟ୍‌ ଦ୍ୱାରା ସ୍ଥାପିତ ପ୍ଲାଣ୍ଟରୁ ୫୦୦ ୟୁନିଟ୍‌ ବିଦ୍ୟୁତ୍‌ ଓ ୩୦ କେ.ଜି. ଜୈବ ଫୁଏଲ ଉତ୍ପାଦନ ହେଉଛି। ବାୟୋଫୁଏଲ କ୍ୟାଣ୍ଟିନ କିଚେନରେ ବ୍ୟବହାର ହେଉଛି। ଏହି ମାର୍କେଟ ମାସକୁ ବିଦ୍ୟୁତ୍‌ ବାବଦରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ବଞ୍ଚାଯାଉଛି। ଚୁକ୍ତିଭିତ୍ତିରେ ବାହାରୁ ଅଣାଯାଇଥିବା ଲୋକମାନଙ୍କ ଦ୍ୱାରା ପ୍ରତିଦିନ ମାର୍କେଟରୁ ପଚା ପରିବା ସଂଗ୍ରହ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri