ଏଇ ଭାରତରେ

କେବଳ ମହିଳାମାନେ ଚଳାଉଥିବା ଏକ ହାଟ ରହିଛି ମଣିପୁର ଇମ୍ଫାଲରେ। ଏହା ଏସିଆର ସବୁଠୁ ବଡ଼ ମହିଳା ସଞ୍ଚଳିତ ହାଟ, ସମ୍ଭବତଃ ପୃଥିବୀରେ ମଧ୍ୟ। ଇମାକୈଥଲ ମାର୍କେଟ ନାମକ ଏହି ହାଟ ୫୦୦ ବର୍ଷର ପୁରୁଣା ।
ଇମାକୈଥଲ ମାର୍କେଟ କହିଲେ ‘ମା’ଙ୍କ ହାଟ’ ବୋଲି ବୁଝାଯାଏ। ଇମ୍ଫାଲର ମଧ୍ୟଭାଗରେ ଥିବା ଉକ୍ତ ହାଟରେ ପ୍ରତିଦିନ ୫୦୦୦ରୁ ଊର୍ଦ୍ଧ୍ୱ ମହିଳା ବ୍ୟବସାୟୀ ହସ୍ତକଳାଠାରୁ ଆରମ୍ଭ କରି ପୋଷାକ,ସ୍ଥାନୀୟ ଉପତ୍ାଦ ଓ ମାଛ ଆଦି ବିକ୍ରି କରିଥାନ୍ତି। ଏହି ହାଟ ଷୋଡ଼ଶ ଶତାବ୍ଦୀର ହାଟ ବୋଲି ବହୁ ଗବେଷକ ମତ ଦିଅନ୍ତି। ଏହାର ଐତିହାସିକ ଓ ପୌରାଣିକ ମହତ୍ତ୍ୱ ରହିଛି। ସେତେବେଳେ ପୁରୁଷମାନଙ୍କୁ ଦୂର ସ୍ଥାନରେ କୃଷି କାର୍ଯ୍ୟରେ କିମ୍ବା ଯୁଦ୍ଧରେ ନିୟୋଜିତ କରାଯାଉଥିଲା। ଫଳରେ ମହିଳାମାନେ ଗାଁରେ ରହି ଚାଷ କରିବା ସହ ସେମାନଙ୍କ ଉପତ୍ାଦିତ ଜିନିଷ ବିକ୍ରି କରୁଥିଲେ। ଏହି ଧାରାରୁ ଉକ୍ତ ହାଟ ସୃଷ୍ଟି ହୋଇଥିଲା ବୋଲି ଅନେକ ଗବେଷକଙ୍କ ମତ। ଇଂରେଜମାନେ ଏହି ହାଟର ଘରଗୁଡ଼ିକୁ ବିଦେଶୀ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ଚେଷ୍ଟା କରିବାରୁ ମହିଳାମାନେ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ୧୯୩୯ରେ, ଯାହାକୁ କୁହାଯାଏ ‘ଓମେନ୍ସ୍‌ ଓ୍ବାର’। ଶେଷରେ ମହିଳାଙ୍କ ଆଗରେ ଇଂରେଜମାନେ ହାର ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri