ଏଇ ଭାରତରେ

ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ଥିବା ଆଦିବାସୀମାନଙ୍କ ଜମି ଫେରାଇ ଆଣିବା ଲାଗି ଅଭିଯାନ ଜାରି ରଖିଛନ୍ତି ସବ୍‌ନମ ଶାହା। ରହନ୍ତି ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗାଓଲି ଗାଁରେ। ସବ୍‌ନମ ଏକତା ପରିଷଦ ମାଧ୍ୟମରେ ଏବେସୁଦ୍ଧା ୧୪୦୦ ଆଦିବାସୀ ପରିବାରକୁ ସାହାଯ୍ୟ କରିଛନ୍ତି। ଏମାନେ ସମସ୍ତେ ସହରିୟା ଜନଜାତିର ଲୋକ। କୌଣସି ଧମକକୁ ଖାତିର ନ କରି ବେଆଇନ ଭାବେ ଦଖଲ କରିଥିବା ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରୁ ଜମି ମୁକୁଳାଇ ଆଦିବାସୀମାନଙ୍କୁ ଦେଉଛନ୍ତି। ଏହା ସହ ଦୁଇପରିବାର ମଧ୍ୟରେ ଥିବା ଜମି ବିବାଦର ସମାଧାନ ମଧ୍ୟ ତହସିଲରେ କରୁଛନ୍ତି। ୧୮ ବର୍ଷ ବୟସରେ ଏକତା ପରିଷଦରେ ଯୋଗ ଦେଇ ଏବେ ସେ ଜିଲା ସଂଯୋଜକ ହୋଇପାରିଛନ୍ତି। ସବ୍‌ନମଙ୍କୁ ବୟସ ୩୦। କଳାରେ ଡିଗ୍ରୀ ହାସଲ କରିଛନ୍ତି। ନିକଟରେ ତାଙ୍କୁ ଓମେନ ଓ୍ବାଲର୍‌ଡ ସମିଟ୍‌ ଫାଉଣ୍ଡେଶନ( ଡବ୍ଲ୍ୟୁଡବ୍ଲ୍ୟୁଏସ୍‌ଏଫ୍‌) ‘ଫ୍ରାଇଜ ଫର୍‌ ଓମେନସ୍‌ କ୍ରଏଟିଭିଟି ଇନ୍‌ ରୁରାଲ ଲାଇଫ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ସବ୍‌ନମ ଆଦିବାସୀ ଗାଁଗୁଡିକୁ ଯାଇ ପ୍ରଥମେ ଗ୍ରାମସଭାରେ ଜମିର କାଗଜପତ୍ର ଦେଖିବା ପରେ ତାହାକୁ ପଞ୍ଚାୟତ ବା ପ୍ରଶାସନିକ କିମ୍ବା ନ୍ୟାୟିକ ସ୍ତରରେ ସମାଧାନ କରୁଛନ୍ତି। ଏପରି କି ପ୍ରଶାସନିକ ସ୍ତରରେ ବିଳମ୍ବ ହେଲେ ସେ ର଼୍ୟାଲି ମାଧ୍ୟମରେ ଏହା ପ୍ରତିବାଦ କରିଥାନ୍ତି। ଆଦିବାସୀମାନଙ୍କ ଜମି ମୁକୁଳାଇବା ପରେ ସେଥିରେ ସେମାନଙ୍କୁ ଜୈବିକ କୃଷି କରିବାକୁ ଉତ୍ସାହିତ କରିବା ସହ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଏପରି କି ବହୁ ପରିବାରରେ କିଚେନ୍‌ ଗାର୍ଡେନ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri