ଏଇ ଭାରତରେ

ଆଇଆଇଟି,ମୁମ୍ବାଇର ୨ ପୁରାତନ ଛାତ୍ର ନୀତୀଶ ପାରିଖ ଏବଂ ରାଜକୁମାର କ୍ୱେଟ ଏଭଳି ସାଇକେଲ ନିର୍ମାଣ କରିଛନ୍ତି ଯେ, ତାହାକୁ ଟ୍ରଲି ବ୍ୟାଗ୍‌ ଭଳି ଫୋଲ୍ଡିଂକରି ନେଇହେବ। କେବଳ ଏତିକି ନୁହେଁ, ଏହାକୁ ମଧ୍ୟ ଇଲେକ୍‌ଟ୍ରିକ୍‌ ବାଇକ୍‌ ଭାବେ ବ୍ୟବହାର କରାଯାଇପାରିବ। ଏହାର ଆକାର ବଜାରରେ ଉପଲବ୍ଧ ଛୋଟ ସାଇକେଲ ଭଳି। ସାଇକେଲ ନିର୍ମାଣ କରିବା ଲାଗି ଏହି ଦୁଇ ବନ୍ଧୁଙ୍କୁ ୨ ବର୍ଷ ଲାଗିଯାଇଥିଲା। ରାଜକୁମାର ଟ୍ରାନ୍ସପୋର୍ଟେଶନ ଡିଜାଇନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ବେଳେ ନୀତୀଶ ଜଣେ ମେକାନିକାଲ ଇଞ୍ଜିନିୟର। ନୀତୀଶ କହନ୍ତି, ସେମାନେ ବାହାରକୁ ସାଇକେଲ ନେଲେ ଲୋକମାନେ ଏହାକୁ ଏକ ସାମାନ୍ୟ ସାଇକେଲ ମନେକରନ୍ତି, କିନ୍ତୁ ଫୋଲ୍ଡିଂ କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ସାଇକେଲକୁ ତିନୋଟି ଉପାୟରେ ଚଲାଇ ହେଉଛି। ପ୍ରଥମରେ ପ୍ୟାଡେଲରେ ଚଳାଇହେବ। ଦ୍ୱିତୀୟରେ ହାଇବ୍ରିଡ୍‌ ମୋଡ୍‌, ଯେଉଁଥିରେ ମୋଟର ଓ ପ୍ୟାଡେଲ ଦୁଇଟିର ଉପଯୋଗ ହେବ। ତୃତୀୟରେ ପୁଲ୍‌ ମୋଟର ମୋଡ୍‌, ଯେଉଁଥିରେ ସାଇକେଲକୁ ଏକ ବାଇକକୁ ବଦଳାଯାଇପାରିବ। ଏଥିରେ ଥିବା ବ୍ୟାଟେରିକୁ ସହଜରେ ବାହାର କରାଯାଇପାରୁଛି। ଉକ୍ତ ସାଇକେଲକୁ ହାଇଦ୍ରାବାଦରେ ବ୍ୟବସାୟିକ ଭିତ୍ତିରେ ନିର୍ମାଣ କରାଯାଇ ସେପ୍ଟେମ୍ବର ସୁଦ୍ଧା ବଜାରରେ ଉପଲବ୍ଧ କରାଯିବା ଯୋଜନା ରହିଛି ବୋଲି କହନ୍ତି ରାଜକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri