ଏଇ ଭାରତରେ

ଫାଇନାନ୍ସ ସମ୍ପର୍କରେ ଶିକ୍ଷା କରିବା ଲାଗି ୫ମ ଶ୍ରେଣୀର ପିଲାମାନେ ଏକ ନିଜସ୍ବ ବ୍ୟାଙ୍କ ଚଳାଇବା କିଛି କମ୍‌ କଥା ନୁହେଁ। ଏଭଳି ଏକ ବ୍ୟାଙ୍କ ଖୋଲାଯାଇଛି କର୍ନାଟକ ମୁଲର୍‌ର ଏକ ସରକାରୀ ସ୍କୁଲରେ। ଏହି ବ୍ୟାଙ୍କ ସ୍କୁଲ ଶିକ୍ଷକ ସି.ଏସ୍‌ ସତୀଶ୍‌ଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଏହାର ନାମ ରଖାଯାଇଛି ବ୍ୟାଙ୍କ ଅଫ୍‌ ମୁଲର୍‌। ଏହି ବ୍ୟାଙ୍କରେ ପଞ୍ଚମ ଶ୍ରେଣୀର ୩୭ ପିଲାଙ୍କ ଆକାଉଣ୍ଟ ଖୋଲାଯାଇଛି। ପ୍ରତି ପିଲାଙ୍କର ନିଜସ୍ବ ଲକର ରହିଛି, ଯେଉଁଠି ସେମାନେ ଟଙ୍କା ରଖୁଛନ୍ତି। ସେମାନଙ୍କୁ ହାତତିଆରି ପାସ୍‌ବୁକ୍‌ ଦିଆଯାଇଛି। ସେଥିରେ ସଞ୍ଚତ୍ତ ଟଙ୍କାର ପରିମାଣ ଶିକ୍ଷକ ଉଲ୍ଲେଖ କରିଥାଆନ୍ତି। ପିଲାମାନେ ହାତତିଆରି ଚାଲାଣ କିମ୍ବା ଏକ ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କ ଚଳାଇବା ଲାଗି ପିଲାମାନଙ୍କ ମଧ୍ୟରେ ମ୍ୟାନେଜର, ଆକାଉଣ୍ଟାଣ୍ଟ ଏବଂ କ୍ୟାଶିୟର ବି ରହିଛନ୍ତି। ଆକାଉଣ୍ଟରେ ୧୦୦ ଟଙ୍କା ସଞ୍ଚୟ ହେଲେ ପେନ୍‌ସିଲ, ୨୦୦ ଟଙ୍କା ହେଲେ ପେନ୍‌, ୩୦୦ ଟଙ୍କାରେ ନୋଟ୍‌ବୁକ ବୋନସ ଆକାରରେ ପାଉଛନ୍ତି। ୫୦୦ ଟଙ୍କା ସଞ୍ଚୟରେ ସେମାନଙ୍କୁ ୫ ପ୍ରତିଶତ ସୁଧ ଦିଆଯାଉଛି ଏବଂ ୧୦୦୦ ଟଙ୍କା ସଞ୍ଚୟ ହୋଇଗଲେ ସେ ଟଙ୍କା ସେମାନଙ୍କ ପ୍ରକୃତ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି। ପରେ ପିଲାମାନେ ସେହି ସଞ୍ଚତ୍ତ ଟଙ୍କାକୁ ପାଠ୍ୟ ଉପକରଣ କିଣିିବା, ପିକ୍‌ନିକ୍‌ ଯିବା ଆଦିରେ ଖର୍ଚ୍ଚ କରିପାରିବେ ବୋଲି କହିଛନ୍ତି ସତୀଶ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri