ଏଇ ଭାରତରେ

କଶ୍ମୀରରେ କେବଳ ଗୁଳିଗୋଳାର ଶବ୍ଦ ଶୁଭୁନାହିଁ, ଶୁଭୁଛି ଶିକ୍ଷାର ସ୍ବର। ଭିନ୍ନ ଉପାୟରେ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିପାରିଛନ୍ତି ରୁହି ସୁଲତାନ। ସେ ଶ୍ରୀନଗରର କାଶିପୋରାସ୍ଥିତ ବଏଜ ମିଡଲ ସ୍କୁଲର ଶିକ୍ଷୟିତ୍ରୀ ରହିଛନ୍ତି। ବୟସ ୪୭। ସେ ଊର୍ଦ୍ଦୁ ଓ କଶ୍ମୀର ଭାଷାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଗରିବ ଗୁଜ୍ଜର ଓ କୈବର୍ତ୍ତ ସମ୍ପ୍ରଦାୟର ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଭିନ୍ନ ଧରଣର ଶିକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି। ସାବୁନ ଖୋଳ, ଆମ୍ବ ଟାକୁଆ, ପ୍ଲାଷ୍ଟିକ୍‌ ବୋତଲ, ଖାଲିଥିତ୍ବା ଟେଟ୍ରାପ୍ୟାକ ଏପରି କି ଥର୍ମକୁଲ ପ୍ୟାକିଂ ମ୍ୟାଟେରିଆଲରୁ ଏହି ସବୁ ଉପକରଣ ପ୍ରସ୍ତୁତ କରୁଛନ୍ତି। ଏହା ମାଧ୍ୟମରେ ସେ ପିଲାମାନଙ୍କୁ ପଢାଉଛନ୍ତି। ଏହି ସବୁ ବର୍ଜ୍ୟ ଜିନିଷ ବିଭିନ୍ନ ଦୋକାନରୁ ସଂଗ୍ରହ କରୁଛନ୍ତି। ସେ କଲିଗ୍ରାଫି ଆର୍ଟିଷ୍ଟ ହୋଇଥିବାରୁ ବର୍ଜ୍ୟକୁ ଉପଯୋଗ କରି ବିଭିନ୍ନ ଆକର୍ଷଣୀୟ ଉପକରଣ ତିଆରି କରୁଛନ୍ତି, ଯାହା ପ୍ରତି ପିଲାମାନେ ଆକୃଷ୍ଟ ହୋଇ ସ୍କୁଲ ଆସୁଛନ୍ତି। ପ୍ଲାଷ୍ଟିକ ବୋତଲକୁ ରଙ୍ଗାଇ ଏକ ଅକ୍ଷର ଭଳି କରି ପିଲାଙ୍କୁ ବୁଝାଉଛନ୍ତି। ସାବୁନ ଖୋଳ ବ୍ୟବହାର କରି ଗଣିତ ପଢ଼ାଉଛନ୍ତି। ରଙ୍ଗର ଧାରଣା ଦେବାକୁ ଯାଇ ଆମ୍ବ ଟାକୁଆକୁ ବିଭିନ୍ନ ରଙ୍ଗରେ ରଙ୍ଗାଉଛନ୍ତି। ରୁହିଙ୍କ ଏହି ଶିକ୍ଷା ପଦ୍ଧତିକୁ ଅନ୍ୟ ଶିକ୍ଷକମାନେ ବି ଅନୁକରଣ କରିବା ଆରମ୍ଭ କରି ପଢ଼ାଉଛନ୍ତି। ବହୁ ସମୟରେ ସେ ପିଲାମାନଙ୍କ ଘରକୁ ଯାଇ ପଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri