ଏଇ ଭାରତରେ

କଶ୍ମୀରରେ କେବଳ ଗୁଳିଗୋଳାର ଶବ୍ଦ ଶୁଭୁନାହିଁ, ଶୁଭୁଛି ଶିକ୍ଷାର ସ୍ବର। ଭିନ୍ନ ଉପାୟରେ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିପାରିଛନ୍ତି ରୁହି ସୁଲତାନ। ସେ ଶ୍ରୀନଗରର କାଶିପୋରାସ୍ଥିତ ବଏଜ ମିଡଲ ସ୍କୁଲର ଶିକ୍ଷୟିତ୍ରୀ ରହିଛନ୍ତି। ବୟସ ୪୭। ସେ ଊର୍ଦ୍ଦୁ ଓ କଶ୍ମୀର ଭାଷାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଗରିବ ଗୁଜ୍ଜର ଓ କୈବର୍ତ୍ତ ସମ୍ପ୍ରଦାୟର ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଭିନ୍ନ ଧରଣର ଶିକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି। ସାବୁନ ଖୋଳ, ଆମ୍ବ ଟାକୁଆ, ପ୍ଲାଷ୍ଟିକ୍‌ ବୋତଲ, ଖାଲିଥିତ୍ବା ଟେଟ୍ରାପ୍ୟାକ ଏପରି କି ଥର୍ମକୁଲ ପ୍ୟାକିଂ ମ୍ୟାଟେରିଆଲରୁ ଏହି ସବୁ ଉପକରଣ ପ୍ରସ୍ତୁତ କରୁଛନ୍ତି। ଏହା ମାଧ୍ୟମରେ ସେ ପିଲାମାନଙ୍କୁ ପଢାଉଛନ୍ତି। ଏହି ସବୁ ବର୍ଜ୍ୟ ଜିନିଷ ବିଭିନ୍ନ ଦୋକାନରୁ ସଂଗ୍ରହ କରୁଛନ୍ତି। ସେ କଲିଗ୍ରାଫି ଆର୍ଟିଷ୍ଟ ହୋଇଥିବାରୁ ବର୍ଜ୍ୟକୁ ଉପଯୋଗ କରି ବିଭିନ୍ନ ଆକର୍ଷଣୀୟ ଉପକରଣ ତିଆରି କରୁଛନ୍ତି, ଯାହା ପ୍ରତି ପିଲାମାନେ ଆକୃଷ୍ଟ ହୋଇ ସ୍କୁଲ ଆସୁଛନ୍ତି। ପ୍ଲାଷ୍ଟିକ ବୋତଲକୁ ରଙ୍ଗାଇ ଏକ ଅକ୍ଷର ଭଳି କରି ପିଲାଙ୍କୁ ବୁଝାଉଛନ୍ତି। ସାବୁନ ଖୋଳ ବ୍ୟବହାର କରି ଗଣିତ ପଢ଼ାଉଛନ୍ତି। ରଙ୍ଗର ଧାରଣା ଦେବାକୁ ଯାଇ ଆମ୍ବ ଟାକୁଆକୁ ବିଭିନ୍ନ ରଙ୍ଗରେ ରଙ୍ଗାଉଛନ୍ତି। ରୁହିଙ୍କ ଏହି ଶିକ୍ଷା ପଦ୍ଧତିକୁ ଅନ୍ୟ ଶିକ୍ଷକମାନେ ବି ଅନୁକରଣ କରିବା ଆରମ୍ଭ କରି ପଢ଼ାଉଛନ୍ତି। ବହୁ ସମୟରେ ସେ ପିଲାମାନଙ୍କ ଘରକୁ ଯାଇ ପଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri