ଏଇ ଭାରତରେ

ଅଦରକାରୀ ଫୁଲରୁ ବିଭିନ୍ନ ଉପକରଣ ପ୍ରସ୍ତୁତ କରି ମାସକୁ ୬୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଦିଲ୍ଲୀର ପୁନମ୍‌ ସହରାବତ୍‌। ଚାପଗ୍ରସ୍ତ ସ୍ଥିତିରୁ ମୁକ୍ତି ପାଇବା ଲାଗି ସେ ମନ୍ଦିର ଯାଉଥିଲେ, ହେଲେ ତାଙ୍କ ନଜର ଚାଲିଯାଇଥିଲା ସେଠାରେ ନଷ୍ଟ ହେଉଥିବା ଫୁଲ ଉପରକୁ। ତେବେ ଏହାର ପୁନଃ ଉପଯୋଗ କରିବାର ଉପାୟ ବାହାର କରି ଏବେ ଭଲ ରୋଜଗାର କରିପାରୁଛନ୍ତି ଓ ୬ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ୨୦୧୯ରେ ସେ ତାଙ୍କ ବାନ୍ଧବୀ ପିଙ୍କି ଯାଦବଙ୍କ ସହ ମିଶି ‘ଆରୁହୀ ଏଣ୍ଟରପ୍ରାଇଜେସ୍‌’ ଗଠନ କରି ଅଦରକାରୀ ଫୁଲର ପୁନଃ ଉପଯୋଗ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କରୋନା ମହାମାରୀ ସତ୍ତ୍ୱେ ଏହି କାର୍ଯ୍ୟ ସମ୍ପର୍କରେ ଏବେ ସୁଦ୍ଧା ସେ ୫୦୦ରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ପ୍ରଥମେ ପ୍ରତିଦିନ ସକାଳୁ ଉଠି ସବୁ ମନ୍ଦିରରୁ ଅଦରକାରୀ ଫୁଲ ସଂଗ୍ରହ କରୁଥିଲେ ଓ ଏବେ ଏହି କାର୍ଯ୍ୟରେ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଫୁଲକୁ ଶୁଖାଇ ଗୁଣ୍ଡ କରି ସେଥିରେ ଉପକରଣଗୁଡ଼ିକ ତିଆରି କରାଯାଉଛି। ‘ବର୍ଜ୍ୟରୁ ସମ୍ପଦ’ ଏହି ସିଦ୍ଧାନ୍ତକୁ ପ୍ରତିପାଦିତ କରିଛନ୍ତି ପୁନମ୍‌। ଗୋଟିଏ ପକ୍ଷରେ ମନ୍ଦିର ସଫା ରହିବା ସହ ପରିବେଶକୁ ଲାଭ ପହଞ୍ଚୁଛି। ସେ ଦୀପ, ମୂର୍ତ୍ତି ଆଦି ଆଠ ପ୍ରକାରର ଜିନିଷ ତିଆରି କରୁଛନ୍ତି। ଏହିସବୁ ଜିନିଷ ଭାଙ୍ଗିଗଲେ ତାହାକୁ ଖତ ଭାବେ ବି ବ୍ୟବହାର କରାଯାଇପାରୁଛି। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସେ ଉପତ୍ାଦ ବିକ୍ରି କରୁଛନ୍ତି। ଏହି ସବୁ ଜିନିଷ ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କାରେ ବିକ୍ରି ହେଉଛି। ଏହି ଉପାୟରେ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଟନ୍‌ ଅଦରକାରୀ ଫୁଲକୁ ଉପଯୋଗ କରାଯାଇ ହଜାର ହଜାର ମହିଳାଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି କହନ୍ତି ପୁନମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri