କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ

ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହାପରଠୁ ଭାରତର ଡିଜିଟାଲ ମୁଦ୍ରାର ରୂପରେଖ ଏବଂ ଅନ୍‌ଲାଇନରେ ଚାଲିଥିବା କ୍ରିପ୍ଟୋ ଟ୍ରାଞ୍ଜାକଶନର ବୈଧତା ଉପରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ଦେଶବାସୀଙ୍କ ଜିଜ୍ଞାସା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ନୂଆ ଆର୍ଥିକ ବର୍ଷରୁ ଟିକସଦାତାଙ୍କୁ ଆୟକର (ଆଇଟି) ରିଟର୍ନ ଦାଖଲବେଳେ କ୍ରିପ୍ଟୋ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। କ୍ରିପ୍ଟୋକରେନ୍ସି କାରବାର ବା ଭର୍ଚୁଆଲ ସମ୍ପତ୍ତିରୁ ଲାଭ ଉପରେ ଏଣିକି ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ ବୋଲି ବଜେଟରେ ଘୋଷଣା ହୋଇଛି। ଏ ନେଇ ଆସନ୍ତା ବର୍ଷଠାରୁ ଆୟକର ରିଟର୍ନ ଫର୍ମରେ ଏକ ପୃଥକ୍‌ ସ୍ତମ୍ଭ ରଖାଯିବ। କ୍ରିପ୍ଟୋରୁ ହୋଇଥିବା ଆୟ ବାବଦରେ ଟିକସଦାତା ଏଥିରେ ସୂଚନା ଦେବେ। ଏ ସମ୍ପର୍କରେ ରାଜସ୍ବ ସଚିବ ତରୁଣ ବଜାଜ ବୁଧବାର ପ୍ରକାଶ କରିଛନ୍ତି। ଆସନ୍ତା ଏପ୍ରିଲ ୧ରୁ ସରକାର କ୍ରିପ୍ଟୋ କାରବାରରୁ ହେଉଥିବା ଲାଭ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ, ସେସ୍‌ ଏବଂ ସର୍‌ଚାର୍ଜ ଆଦାୟ କରିବେ। ଭର୍ଚୁଆଲ କଏନ୍‌ ଟ୍ରାଞ୍ଜାକଶନ୍‌ ଉପରେ ଟିକସ ଲାଗୁ କରାଯାଇଥିବାରୁ କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ମିଳିଛି ବୋଲି କୁହାଯିବ ନାହିଁ। ସରକାର ଏ ଦିଗରେ ବିଚାର କରି ପରବର୍ତ୍ତୀ ପଦକ୍ଷେପ ନେବେ। କ୍ରିପ୍ଟୋକରେନ୍ସି ଉପରେ ନିୟନ୍ତ୍ରଣ ରଖିବା ନିମନ୍ତେ ନିୟମ ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି। ତେବେ ଅଦ୍ୟାବଧି ଏ ନେଇ କୌଣସି ଚିଠା ପ୍ରସ୍ତୁତ କରାଯାଇ ନ ଥିବା ସେ କହିଛନ୍ତି। କ୍ରିପ୍ଟୋ କାରବାରରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲାଭ ହେଲେ ୩୦% ଟିକସ ସହ ସେସ୍‌ ଏବଂ ୧୫% ସର୍‌ଚାର୍ଜ ଲାଗିବ ବୋଲି ତରୁଣ ବଜାଜ ପ୍ରକାଶ କରିଛନ୍ତି। ଏଥିସହ ଭର୍ଚୁଆଲ୍‌ ମୁଦ୍ରା ପାଇଁ ୧୦ ହଜାର ଟଙ୍କାରୁ ଅଧିକ ଦେୟ ଉପରେ ୧ ପ୍ରତିଶତ ଟ୍ୟାକ୍ସ ଡିଡକ୍ଟେଡ୍‌ ଆଟ୍‌ ସୋର୍ସ (ଟିଡିଏସ୍‌) ଆଦାୟ କରାଯିବ। ଜୁଲାଇ ୧ରୁ ଟିଡିଏସ୍‌ କଟିବ। ଟିଡିଏସ୍‌ କଟିବା ଫଳରେ କ୍ରିପ୍ଟୋ ଦ୍ୱାରା ହୋଇଥିବା କାରବାର ସମ୍ପର୍କିତ ତଥ୍ୟ ସରକାରଙ୍କ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri