ଏଇ ଭାରତରେ

ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ କପଡ଼ାରେ ବିଭିନ୍ନ ଜିନିଷ ତିଆରି କରି ଅଭିନବ ଧୌନ୍ଦିିୟାଲ ଏବଂ ବାସନ୍ତୀ ଭେଲୁରି ପରିବେଶ ଉପଯୋଗୀ ଫ୍ୟାଶନ୍‌ ଓ ନାରୀ ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛନ୍ତି। ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ରଙ୍ଗ ଓ ସୂତାରେ ପାରମ୍ପରିକ କୌଶଳରେ କୋଟ୍‌, ଶାଲ୍‌, ସ୍କ୍ରାଭ୍‌, ସକ୍ସ, କ୍ୟାପ୍‌, ଗ୍ଲୋଭ୍ସ ଓ ବ୍ୟାଗ୍‌ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟ ଲାଗି ସେ ବର୍ଷାଜଳ, ସୌରଶକ୍ତିର ଉପଯୋଗ କରୁଛନ୍ତି। ଅଭିନବ ଡିଜାଇନ ଓ ଉତ୍ପାଦନ ଦାୟିତ୍ୱ ନେଇଥିବାବେଳେ ବାସନ୍ତୀ ମାର୍କେଟିଂ ଏବଂ ସେଲ୍‌ କଥା ବୁଝୁଛନ୍ତି। ସେମାନେ ୨୦୧୫ରେ ଟେକ୍ସଟାଇଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ପିଓଲି’ ଗଠନ କରି ଉତ୍ତରାଖଣ୍ଡର କୁମାଁଓ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲେ। ସେଠାକାର ଏକ ଜଙ୍ଗଲୀ ଫୁଲ ପିଓଲି ନାମାନୁସାରେ ଏହାର ନାମକରଣ କରାଯାଇଛି। ସାମଗ୍ରୀଗୁଡ଼ିକୁ ପିଓଲି ବ୍ରାଣ୍ଡ୍‌ରେ ବିକ୍ରି କରାଯାଉଛି। ଉଭୟ ଅଭିନବ ଏବଂ ବାସନ୍ତୀ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ, ଅହମ୍ମଦାବାଦ୍‌ରୁ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଏହି ଔଦ୍ୟୋଗିକ କାର୍ଯ୍ୟରେ କାର୍ବନ ନିର୍ଗମନ ହେଉ ନ ଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ରଙ୍ଗ ଲାଗି ସ୍ଥାନୀୟ ଅଞ୍ଚଳର ଏକପ୍ରକାର ଗଛର ମଞ୍ଜିକୁ ବ୍ୟବହାର କରାଯାଉଛି। କଚ୍ଛରୁ ରାସାୟନିକ ସାର ବ୍ୟବହାର ହୋଇ ନ ଥିବା କପା, ଆସାମରୁ ସିଲ୍କ, ତିବ୍ବତରୁ ଉଲ୍‌ ଆଦି ସଂଗ୍ରହ କରି ଜିନିଷ ତିଆରି କରୁଛନ୍ତି। ଡାଇଂଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକ୍ରିୟାରେ ସେମାନେ ସଂରକ୍ଷିତ ବର୍ଷାଜଳ ବ୍ୟବହାର କରୁଛନ୍ତି। ଏଥିରେ ବହୁ ମହିଳା କାମ କରି ମାସକୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଉତ୍ପାଦର ସର୍ବନିମ୍ନ ମୂଲ୍ୟ ୨,୦୦୦ରୁ ଆରମ୍ଭ ହୋଇ ଟ୩୦,୦୦୦ଙ୍କା ଯାଏ ରହିଛି। ଏବେ ପିଓଲିର ଉତ୍ପାଦ ସବୁ ଭାରତ ସମେତ ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ, ଚାଇନା ଏବଂ ଦକ୍ଷିଣ କୋରିଆରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri