ଏଇ ଭାରତରେ

ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ କପଡ଼ାରେ ବିଭିନ୍ନ ଜିନିଷ ତିଆରି କରି ଅଭିନବ ଧୌନ୍ଦିିୟାଲ ଏବଂ ବାସନ୍ତୀ ଭେଲୁରି ପରିବେଶ ଉପଯୋଗୀ ଫ୍ୟାଶନ୍‌ ଓ ନାରୀ ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛନ୍ତି। ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ରଙ୍ଗ ଓ ସୂତାରେ ପାରମ୍ପରିକ କୌଶଳରେ କୋଟ୍‌, ଶାଲ୍‌, ସ୍କ୍ରାଭ୍‌, ସକ୍ସ, କ୍ୟାପ୍‌, ଗ୍ଲୋଭ୍ସ ଓ ବ୍ୟାଗ୍‌ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟ ଲାଗି ସେ ବର୍ଷାଜଳ, ସୌରଶକ୍ତିର ଉପଯୋଗ କରୁଛନ୍ତି। ଅଭିନବ ଡିଜାଇନ ଓ ଉତ୍ପାଦନ ଦାୟିତ୍ୱ ନେଇଥିବାବେଳେ ବାସନ୍ତୀ ମାର୍କେଟିଂ ଏବଂ ସେଲ୍‌ କଥା ବୁଝୁଛନ୍ତି। ସେମାନେ ୨୦୧୫ରେ ଟେକ୍ସଟାଇଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ପିଓଲି’ ଗଠନ କରି ଉତ୍ତରାଖଣ୍ଡର କୁମାଁଓ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲେ। ସେଠାକାର ଏକ ଜଙ୍ଗଲୀ ଫୁଲ ପିଓଲି ନାମାନୁସାରେ ଏହାର ନାମକରଣ କରାଯାଇଛି। ସାମଗ୍ରୀଗୁଡ଼ିକୁ ପିଓଲି ବ୍ରାଣ୍ଡ୍‌ରେ ବିକ୍ରି କରାଯାଉଛି। ଉଭୟ ଅଭିନବ ଏବଂ ବାସନ୍ତୀ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ, ଅହମ୍ମଦାବାଦ୍‌ରୁ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଏହି ଔଦ୍ୟୋଗିକ କାର୍ଯ୍ୟରେ କାର୍ବନ ନିର୍ଗମନ ହେଉ ନ ଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ରଙ୍ଗ ଲାଗି ସ୍ଥାନୀୟ ଅଞ୍ଚଳର ଏକପ୍ରକାର ଗଛର ମଞ୍ଜିକୁ ବ୍ୟବହାର କରାଯାଉଛି। କଚ୍ଛରୁ ରାସାୟନିକ ସାର ବ୍ୟବହାର ହୋଇ ନ ଥିବା କପା, ଆସାମରୁ ସିଲ୍କ, ତିବ୍ବତରୁ ଉଲ୍‌ ଆଦି ସଂଗ୍ରହ କରି ଜିନିଷ ତିଆରି କରୁଛନ୍ତି। ଡାଇଂଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକ୍ରିୟାରେ ସେମାନେ ସଂରକ୍ଷିତ ବର୍ଷାଜଳ ବ୍ୟବହାର କରୁଛନ୍ତି। ଏଥିରେ ବହୁ ମହିଳା କାମ କରି ମାସକୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଉତ୍ପାଦର ସର୍ବନିମ୍ନ ମୂଲ୍ୟ ୨,୦୦୦ରୁ ଆରମ୍ଭ ହୋଇ ଟ୩୦,୦୦୦ଙ୍କା ଯାଏ ରହିଛି। ଏବେ ପିଓଲିର ଉତ୍ପାଦ ସବୁ ଭାରତ ସମେତ ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ, ଚାଇନା ଏବଂ ଦକ୍ଷିଣ କୋରିଆରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri