ଏଇ ଭାରତରେ

କୌଣସି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ସକାରାମତ୍କ ଭାବନା ଓ ନିଷ୍ଠା ଜରୁରୀ, ଯାହା ଦେଖିତ୍ବାକୁ ମିଳେ ଗୁଜରାଟର ଡ୍ରାଇଭର ଜଗମଲଭାଇ ଡାଙ୍ଗରଙ୍କ ଜୀବନରେ। ଡାଙ୍ଗର ରାଜକୋଟ ଜିଲା ଉପଲେଟା ବ୍ଲକର ମଜେଠୀ ଗାଁରେ ରହୁଛନ୍ତି ଓ ନିଜସ୍ବ ଉଦ୍ୟମରେ ଏକ ଛୋଟ ଜଙ୍ଗଲ କରିଛନ୍ତି। ଅଦରକାରୀ ଜିନିଷ ବ୍ୟବହାର କରି ପିଲାମାନଙ୍କ ଲାଗି ଏକ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରିଛନ୍ତି। ସେ ଜଙ୍ଗଲରେ ୫,୦୦୦ ଗଛ ଲଗାଇଛନ୍ତି । ଡାଙ୍ଗର ଯୁବାବସ୍ଥାରେ ଟ୍ରକ, ଟ୍ରାକ୍ଟର, ଜିପ୍‌ ଆଦି ଗାଡ଼ି ଚଳାଇ ସେହି ଆୟରେ ୧୮ ବର୍ଷ ପୂର୍ବେ ସେ ଜମି କିଣି ସେଥିରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଜଙ୍ଗଲରେ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ବୃକ୍ଷ ଶୋଭା ପାଉଛି। ଶ୍ମଶାନରୁ ମାଟି ହାଣ୍ଡିକୁ ସଂଗ୍ରହ କରି ଜଙ୍ଗଲରେ ପକ୍ଷୀଙ୍କ ପାଇଁ ବସା ତିଆରି କରୁଛନ୍ତି। ଜଙ୍ଗଲୀ ପଶୁ ପାଣି ପିଇବା ଲାଗି ଛୋଟ ପୋଖରୀ ମଧ୍ୟ ଖୋଳିଛନ୍ତି। ୨୦୧୬ ଉରି ଆକ୍ରମଣ ଘଟଣା ପରେ ସେ ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୮ଟି ବରଗଛ ଲଗାଇଛନ୍ତି। ବନୀକରଣ ପାଇଁ ଚାରା ଉତାରି ମାଗଣାରେ ଲୋକମାନଙ୍କୁ ବାଣ୍ଟୁଛନ୍ତି। ପ୍ରତିଦିନ ୧୨ଟା ଯାଏ ଚାଷ କାମ କରନ୍ତି ଓ ପରେ ଜଙ୍ଗଲ ଏବଂ ପାର୍କ କାର୍ଯ୍ୟରେ ଲାଗିଯାଆନ୍ତି। ବହୁ ଦିନରୁ ଡାଙ୍ଗର ଏମିତି ଜୀବନ କଟାଉଛନ୍ତି ।
ଏମିତି କି ବହୁ ସମୟରେ ମାସ ମାସ ଧରି ଗାଁକୁ ନ ଆସି ଜଙ୍ଗଲ କୁଡ଼ିଆରେ ରହିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri