ଏଇ ଭାରତରେ

ସରକାରୀ ଜମିରେ ପଣସ ଗଛ ଲଗାଇ ଚାଲିଛନ୍ତି କେରଳର କେ.ଆର୍‌ ଜୟନ। ରାଜ୍ୟର ବିଭିନ୍ନ ଗାଁରେ ସେ ଏଭଳି ଅଭିଯାନ ଚଳାଇଛନ୍ତି। ଗାଁଗୁଡ଼ିକୁ ‘ପାଲଭୁ ଭିଲେଜ’ ବା ‘ପଣସ ଗାଁ’ର ନୂଆ ପରିଚୟ ଦେଉଛନ୍ତି। ଏଥିପାଇଁ ଜୟନଙ୍କୁ ପ୍ଲାଣ୍ଟ୍‌ ଜିନୋମ ସାଭିୟର କମ୍ୟୁନିଟି ଆଓ୍ବାର୍ଡ ମିଳିଛି। ସେ ରହୁଛନ୍ତି ଥ୍ରିଶୁର ଜିଲାର ଇରିଞ୍ଜାଲାକୁଡା ସହରରେ ଓ ସେଠାରେ ବିଭିନ୍ନ ସ୍ଥାନରେ ୪୪ ପ୍ରକାରର ପଣସ ଗଛ ହଜାର ହଜାର ସଂଖ୍ୟାରେ ଲଗାଇଛନ୍ତି। ତାଙ୍କୁ ଶ୍ରଦ୍ଧାରେ ଲୋକ ‘ପ୍ଲାଭୁ ଜୟନ’ ବୋଲି ସମ୍ବୋଧନ କରୁଛନ୍ତି। ପ୍ଲାଭୁ କହିଲେ ପଣସକୁ ବୁଝାଏ। ପିଲାବେଳେ ସ୍କୁଲ୍‌ ପ୍ରୋଜେକ୍ଟ ପାଇଁ ସେ ପଣସ ନେଇ ଯାଇଥିବାରୁ ତାଙ୍କୁ ଏଭଳିି ନାଁ ଦିଆଯାଇଥିଲା। ତେବେ ସେ ତାଙ୍କ ନାଁର ମହତ୍ତ୍ୱ ବଜାୟ ରଖିବା ଲାଗି ଲୋପ ପାଇବାକୁ ବସିଥିବା ବିଭିନ୍ନ କିସମର ପଣସକୁ ବଞ୍ଚାଇବାରେ ଲାଗିଛନ୍ତି। ୨୦ ବର୍ଷ ଧରି ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି ଓ ଏବେ ସୁଦ୍ଧା ୨୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି। କେଉଁମାଟିରେ କେଉଁ ପ୍ରକାର ଗଛ ବଢ଼ିପାରିିବ ତାହା ଅନୁଧ୍ୟାନ କରିବା ପରେ ସେ ଗଛ ଲଗାଉଛନ୍ତି। ଜୟନ ମଞ୍ଜି ସଂଗ୍ରହ କରି ଚାରା ଉତାରୁଛନ୍ତି। କଲମି ଗଛ କେବେ ବି ଲଗାଇନାହାନ୍ତି। ଜୟନଙ୍କର ଏକ ଅଟୋ ଅଛି। ସେଥିରେ ବିଭିନ୍ନ ପ୍ରକାର ଜିନିଷ ନେଇ ବ୍ୟବସାୟ କରନ୍ତି ଓ ସେହି ଅଟୋରେ ପଣସ ଗଛ ବି ନେଇଥାଆନ୍ତି। ଯିବା ଆସିବା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଗାଡ଼ିରେ ନେଇଥିତ୍ବା ଗଛଗୁଡ଼ିକୁ ଲଗାନ୍ତି ଓ ଗାଁ ଲୋକଙ୍କ ସହଯୋଗରେ ଏହାର ସୁରକ୍ଷା ବ୍ୟବସ୍ଥା କରିଥାଆନ୍ତି। ଗତ ୧୦ ବର୍ଷ ମଧ୍ୟରେ ସେ ବିଭିନ୍ନ କଲେଜରେ ପାଖାପାଖି ୧୦୦୦ ପଣସ ଗଛ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri