ଏଇ ଭାରତରେ

ଆଦିତ୍ୟ ବାଙ୍ଗରଙ୍କ ବୟସ ୧୭, କିନ୍ତୁ କାର୍ଯ୍ୟ ପ୍ରେରଣାଦାୟକ। ସେ ପ୍ରତିଦିନ ୧୦ ଟନ୍‌ ପ୍ଲାଷ୍ଟିକ ରିସାଇକ୍ଲିଂ କରି ସେଥିରୁ କପଡ଼ା ତିଆରି କରୁଛନ୍ତି। ରାଜସ୍ଥାନର ଭିଲ୍‌ଓ୍ବାରାରେ ରୁହନ୍ତି ବାଙ୍ଗର। ଜାନୁୟାରୀ ୨୦୨୧ରେ ‘ଟାର୍ସ ଟୁ ଟ୍ରେଜର’ ଷ୍ଟାର୍ଟଅପ୍‌ ଆରମ୍ଭ କରି ତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ କରୁଛନ୍ତି। ସେ ମୁଖ୍ୟତଃ ପ୍ଲାଷ୍ଟିକ୍‌ ବଟଲ, ଓ୍ବାର୍ପର ଏବଂ କଭରରୁ ରିସାଇକ୍ଲିଂ ପଦ୍ଧତିରେ କପଡ଼ା ପ୍ରସ୍ତୁତ କରୁଛନ୍ତି। ଏହା କଟନ କପଡ଼ାଠାରୁ ବି ମଜଭୁତ ହେଉଛି। ଆଦିତ୍ୟ ଦ୍ୱାଦଶ ଶ୍ରେଣୀରେ ମାୟୋ କଲେଜରେ ପଢୁଛନ୍ତି। ତାଙ୍କ ପରିବାରର ଏକ ଟେକ୍ସଟାଇଲ ମାନୁଫାକ୍‌ଚରିଂ କମ୍ପାନୀ ଥିବାରୁ ସେ ପ୍ଲାଷ୍ଟିକ ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ କରିବାକୁ ଇଚ୍ଛାପ୍ରକାଶ କରିଥିଲେ। ୧୦ମ ପଢ଼ିବା ବେଳେ ସେ ତାଙ୍କ ଦାଦାଙ୍କ ସହ ଚାଇନା ଯାଇଥିଲେ ଓ ସେଠାରୁ ଏଭଳି ପଦ୍ଧତି ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ‘ଟାର୍ସ ଟୁ ଟ୍ରେଜର’ ଷ୍ଟାର୍ଟଅପ୍‌ ଗଠନ କରି ଲକ୍ଷ୍ୟ ପଥରେ ଆଗେଇଛନ୍ତି। ଏହି ଅଭିଯାନରେ ତାଙ୍କ ପରିବାରର ପୂର୍ଣ୍ଣ ସହଯୋଗ ପାଉଛନ୍ତି। ସେ ଦେଶର ବିଭିନ୍ନ ସ୍ଥାନରେ ଥିବା ବର୍ଜ୍ୟ ସଂଗ୍ରହ କେନ୍ଦ୍ର ସହ ଯୋଗାଯୋଗ କରି ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି ଏବଂ ପିଇଟି ଗ୍ରେଡ୍‌ ପ୍ଲାଷ୍ଟିକ୍‌ କେଜି ୪୦ ଟଙ୍କାରେ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri