ଏଇ ଭାରତରେ

ଜଣେ ଚାକିରି ଛାଡ଼ି ଗୋଟିଏ ଗାଁର ୫୦୦ ପରିବାରକୁ ୩୦ ବର୍ଷ ପରେ କୃଷିକୁ ଫେରାଇ ଆଣିବା କିଛି କମ୍‌ କଥା ନୁହେଁ। ଏହି ବ୍ୟକ୍ତି ହେଉଛନ୍ତି ଗୋଆର ଇଲେକ୍ଟ୍ରିକାଲ ଇଞ୍ଜିନିୟର ନେଷ୍ଟର ରାଙ୍ଗଲ। ତାଙ୍କୁ ବର୍ତ୍ତମାନ ବୟସ ୫୨। ସେ ସେଣ୍ଟ ଇଷ୍ଟେଭାମ ଗାଁର ଲୋକମାନଙ୍କୁ କମ୍ୟୁନିଟି କୃଷି ମାଧ୍ୟମରେ ଧାନ ଚାଷ କରାଉଛନ୍ତିି। ଲୁଣିମାଟି ଯୋଗୁ ଚାଷ ନ ହୋଇ ଗାଁ ଜମି ପଡିଆ ପଡ଼େ। ଏହି ଜମିକୁ କୋଇଲା ପରିବହନ ପାଇଁ ଡେଭେଲପର୍ସମାନେ ବ୍ୟବହାର କରନ୍ତି। ଫଳରେ ୩ ଦଶନ୍ଧି ହେବ ଗାଁ ଲୋକେ ମୁମ୍ବାଇକୁ କାମ କରିବାକୁ ଚାଲିଯାଉଥିଲେ। ପ୍ରତି ପରିବାରକୁ ୧ ଏକର ଜମି ହିସାବରେ ପ୍ରାୟ ୫ ଶହ ଏକର ଜମିରେ ସେମାନେ କମ୍ୟୁନିଟି ଫାର୍ମିଂ କରୁଛନ୍ତି। ଜୈବିକ ପଦ୍ଧତିରେ ଏହିି ଚାଷ ହେଉଛି। ରାଙ୍ଗଲ ମୁମ୍ବାଇରେ ଏକ ବହୁରାଷ୍ଟ୍ରୀୟ ଜାପାନିଜ କମ୍ପାନୀରୁ ୨୦୦୨ରେ ଚାକିରି ଛାଡ଼ିବା ପରେ ଗୋଆରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ କରିଥିଲେ। ଏବେ ସେ ୪୦ ଏକର ଜମିରେ ଚାଷ କରିବା ସହ ଛେଳି ଓ ଗୋପାଳନ କରୁଛନ୍ତି। ୭୦୦ରୁ ଊର୍ଦ୍ଧ୍ୱ ଆମ୍ବ ଗଛ ଲଗାଇଛନ୍ତି। ସେ ଇଷ୍ଟେଭାମ ଗାଁକୁ କମ୍ୟୁନିଟି ଫାର୍ମିଂ ପାଇଁ ଚୟନ କରିଥିଲେ। ଗାଁ ଲୋକମାନେ ଏବେ ଜ୍ୟୋତି କିସମର ଧାନ ଚାଷ କରୁଛନ୍ତି। ଧାନକୁ ପ୍ରୋସେସିଂ କରି ଚାଉଳ କରୁଛନ୍ତି। ଏହି ଚାଉଳର ଚାହିଦା ଅଧିକ ଓ ଏକ କେଜିକୁ ୬୦ ଟଙ୍କା ମୂଲ୍ୟରେ ବିକ୍ରି କରି ଯଥେଷ୍ଟ ଲାଭ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri