ଏଇ ଭାରତରେ

କରୋନା ସମୟରେ ଅନ୍‌ଲାଇନ୍‌ କ୍ଲାସ ଚାଲୁଥିବାବେଳ ଏହି ପ୍ରକ୍ରିୟାରୁ ବହୁ ଗରିବ ଛାତ୍ର ବାଦ୍‌ ପଡୁଛନ୍ତି। ଏହାବ୍ୟତୀତ ବହୁ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ଉପଲବ୍ଧ ନ ହେବା କାରଣରୁ ବି ଅନେକ ପିଲା ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଜଣେ ଶିକ୍ଷକଙ୍କର ଅଭିନବ ଉପାୟ ତଥା ପ୍ରତିବଦ୍ଧତା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହି ଶିକ୍ଷକ ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଜିଲାର କଲ୍ୟାଣ ମାଙ୍କୋଟି। ତାଙ୍କ ଘର ଅସୋ ଗାଁରେ, କିନ୍ତୁ ରହନ୍ତି ଆଲ୍‌ମୋରା ସହରରେ। ସେଠାରୁ ନିୟମିତ ୩୫ କି.ମି. ଚାଲିଚାଲି ଯାଇ ଚାନୋଲି ଗାଁର ପିଲାଙ୍କୁ ପଢ଼ାଇଥାଆନ୍ତି। ଚାନୋଲି ଏକ ଦୁର୍ଗମ ଗାଁ। ସେଠାରେ ଇଣ୍ଟରନେଟ ଉପଲବ୍ଧ ହୁଏ ନାହିଁ। ଏଣୁ କୋଭିଡ୍‌ ମହାମାରୀ ଦେଖାଦେବା ପରେ ସେ ଚାନୋଲିରେ ରହି ପିଲାମାନଙ୍କୁ ପଢ଼ାଉଛନ୍ତି। ଚାନୋଲିରେ କୋଭିଡ୍‌ ନିୟମାନୁସାରେ ସେ ପିଲାମାନଙ୍କୁ ପଢାଉଛନ୍ତି। ଜିଲାପାଳଙ୍କ ପରାମର୍ଶ ନେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପିଲାମାନଙ୍କୁ ଓ୍ୟଷଧ ଯୋଗାଇବା ତଥା ସାନିଟାଇଜେଶନରେ ସହଯୋଗ କରିଛୁ। କଲ୍ୟାଣ ପିଲାମାନଙ୍କୁ ସ୍କୁଲରେ ନ ପଢ଼ାଇ ଖୋଲା ପଡ଼ିଆରେ ପଢ଼ାଉଛନ୍ତି। ଏଥିତ୍ପାଇଁ ତାଙ୍କୁ ପ୍ରତିକୂଳ ଜଳବାୟୁକୁ ବି ସାମ୍ନା କରିବାକୁ ପଡ଼ୁଛି। ଗଁାର ଚାଷୀମାନେ ବି ବହୁ ସମୟରେ ପିଲାମାନଙ୍କୁ କୃଷି ଓ ଗୋପାଳନ ସମ୍ପର୍କରେ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri