ଏଇ ଭାରତରେ

ପରିଶ୍ରମର ଫଳ ମହୁ ଭଳି ମିଠା, ଯାହା ଚାଖିପାରିଛନ୍ତି ପଞ୍ଜାବର ଚାଷୀ ଗୋବିନ୍ଦର ସିଂ ରାନ୍ଦଓ୍ବା। ନିଜର ସୁନା ଅଳଙ୍କାର ବିକ୍ରି କରି ମହୁ ଚାଷ ଆରମ୍ଭ କରିଥିଲେ। ଏଥିରୁ ଏବେ ସେ ବର୍ଷକୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। କେବଳ ଏତିକି ନୁହେଁ , ୨୦୦୩ରେ ‘ବିଗ୍‌ ବି ହନି ’ ଗ୍ରୁପ୍‌ ଗଠନ କରି ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ମହୁଚାଷୀଙ୍କୁ ସାମିଲ କରିପାରିଛନ୍ତି। ମହୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ଯାଏ ସବୁଥିରେ ରାନ୍ଦଓ୍ବା ଚାଷୀମାନଙ୍କୁ ସହଯୋଗ କରୁଛନ୍ତି। ରାନ୍ଦଓ୍ବା ଲାଣ୍ଡା ଗାଁରେ ମହୁଚାଷ କରୁଛନ୍ତି । ଗାଁ ମୁଖିଆଙ୍କ ପ୍ରେରଣାରେ ରାନ୍ଦଓ୍ବା ପଞ୍ଜାବ କୃଷି ବିଦ୍ୟାଳୟରେ ପ୍ରଶିକ୍ଷଣ ନେବା ପରେ ଦୁଇଜଣ ସାଙ୍ଗଙ୍କୁ ନେଇ ପ୍ରଥମେ ୨.୮ ଲକ୍ଷ ଟଙ୍କା ଋଣ କରି ୧୨୦ଟି ମହୁବାକ୍ସ କିଣି ଚାଷ ଆରମ୍ଭ କରିଥିଲେ। ଏଥିରେ ବିଫଳ ହେବା ପରେ ରାନ୍ଦଓ୍ବାଙ୍କ ଦୁଇ ସାଙ୍ଗ ଏଥିରୁ ଓହରି ଗଲା ପରେ ରାନ୍ଦଓ୍ବା ତାଙ୍କ ସୁନା ଗହଣା ବିକ୍ରି କରି ଚାଷକୁ ଆଗକୁ ବଢ଼ାଇଥିଲେ। ୨୦୦୯ରେ ମହୁ ଆମଦାନୀ ଓ ରପ୍ତାନି ପାଇଁ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ । ୨୦୧୨-୧୩ରେ ସେ ମହୁ ରପ୍ତାନି ଆରମ୍ଭ କରିଥିଲେ। ଆମେରିକା ଓ ୟୁରୋପରେ ତାଙ୍କ ମହୁର ଚାହିଦା ଢେର ବେଶି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri