ଏଇ ଭାରତରେ

କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ପରେ ଗବେଷଣା କରି ଆଖୁଚାଷ ବର୍ଜ୍ୟରୁ ବାୟୋଚାର୍ଲକୋଲ୍‌ ବା ଜୈବିକ କୋଇଲା ବା ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ତାଙ୍କ ନୂତନ ଟେକ୍‌ନୋଲୋଜିରେ ପ୍ରସ୍ତୁତ ଏହି ବାୟୋଚାର୍ଲକୋଲରୁ ଧୂଆଁ ବାହାରୁ ନାହିଁ। ଏହି ଟେକ୍‌ନୋଲୋଜି ପାଇଁ ତାଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପୁରସ୍କୃତ କରିଛି। ଡ. କାର୍ଭେ ମଧ୍ୟ ଏଥିପାଇଁ ଲଣ୍ଡନର ‘ଆସଦେନ୍‌ ଆଓ୍ବାର୍ଡ’ ପାଇଛନ୍ତି। ଆଖୁ ଚାଷରୁ ବାହାରୁଥିବା ବର୍ଜ୍ୟ ବ୍ୟତୀତ ସେ ବାୟୋଚାର୍ଲକୋଲ ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ବର୍ଜ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ଭେ ଏହି ଜାଳେଣି ବ୍ୟବହାର କରିବା ପାଇଁ ଉନ୍ନତ ଧରଣର ଷ୍ଟୋଭ୍‌ ଓ ଚୁଲା ତିଆରି କରୁଛନ୍ତି। ଷ୍ଟୋଭ୍‌ର ନାଁ ରଖିଛନ୍ତି ସମୁଚିତ ଷ୍ଟିମ୍‌ କୁକର। ଏଥିରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି। ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ମାତ୍ର ୧୦୦ ଗ୍ରାମ୍‌ ଚାର୍ଲକୋଲ୍‌ ଆବଶ୍ୟକ ପଡୁଛି। ଷ୍ଟୋଭ୍‌ର ଦାମ ୩୦୦୦ ଟଙ୍କା ଓ ଏବେ ସୁଦ୍ଧା ସେ ୬୦,୦୦୦ ଷ୍ଟୋଭ୍‌ ବିକ୍ରି କରିସାରିଲେଣି। ଡ. କାର୍ଭେଙ୍କ ପ୍ରସ୍ତୁତ ୧୦୦ ଗ୍ରାମ୍‌ ଚାର୍ଲକୋଲ୍‌ ୪ରୁ ୫ କେଜି ଜାଳେଣି କାଠର କାମ ଦେଉଛି। କାର୍ଭେ ମଧ୍ୟ ଏକ ଚୁଲା ବା ଆଞ୍ଚ ପ୍ରସ୍ତୁତ କରିଛନ୍ତି ଓ ଏଥିରୁ ୧୦,୦୦୦ ବିକ୍ରି କରିସାରିଲେଣି। ବିନା ଧୂଆଁରେ ଏଥିରେ ରୋଷେଇ ହେଉଛି। କାର୍ଭେଙ୍କ ଉଦ୍ଭାବନ କୃଷି ବର୍ଜ୍ୟ ପୋଡ଼ା ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ସହ ଏଲ୍‌ପିଜି ଗ୍ୟାସ୍‌ ମଧ୍ୟ ବଞ୍ଚାଯାଇ ପାରୁଛି। ଡ. କାର୍ଭେ ଇଂଲଣ୍ଡର ବାୟୋଟାର୍‌ ରିସର୍ଚ୍ଚ ସେଣ୍ଟର (ୟୁନିଭର୍ସିଟି ଅଫ୍‌ ଏଡିନ୍‌ବର୍ଗ)ରେ ଗବେଷଣା କରିବା ପରେ ଏହି ଟେକ୍‌ନୋଲୋଜି ଉଦ୍ଭାବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri