ଏଇ ଭାରତରେ

କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ପରେ ଗବେଷଣା କରି ଆଖୁଚାଷ ବର୍ଜ୍ୟରୁ ବାୟୋଚାର୍ଲକୋଲ୍‌ ବା ଜୈବିକ କୋଇଲା ବା ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ତାଙ୍କ ନୂତନ ଟେକ୍‌ନୋଲୋଜିରେ ପ୍ରସ୍ତୁତ ଏହି ବାୟୋଚାର୍ଲକୋଲରୁ ଧୂଆଁ ବାହାରୁ ନାହିଁ। ଏହି ଟେକ୍‌ନୋଲୋଜି ପାଇଁ ତାଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପୁରସ୍କୃତ କରିଛି। ଡ. କାର୍ଭେ ମଧ୍ୟ ଏଥିପାଇଁ ଲଣ୍ଡନର ‘ଆସଦେନ୍‌ ଆଓ୍ବାର୍ଡ’ ପାଇଛନ୍ତି। ଆଖୁ ଚାଷରୁ ବାହାରୁଥିବା ବର୍ଜ୍ୟ ବ୍ୟତୀତ ସେ ବାୟୋଚାର୍ଲକୋଲ ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ବର୍ଜ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ଭେ ଏହି ଜାଳେଣି ବ୍ୟବହାର କରିବା ପାଇଁ ଉନ୍ନତ ଧରଣର ଷ୍ଟୋଭ୍‌ ଓ ଚୁଲା ତିଆରି କରୁଛନ୍ତି। ଷ୍ଟୋଭ୍‌ର ନାଁ ରଖିଛନ୍ତି ସମୁଚିତ ଷ୍ଟିମ୍‌ କୁକର। ଏଥିରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି। ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ମାତ୍ର ୧୦୦ ଗ୍ରାମ୍‌ ଚାର୍ଲକୋଲ୍‌ ଆବଶ୍ୟକ ପଡୁଛି। ଷ୍ଟୋଭ୍‌ର ଦାମ ୩୦୦୦ ଟଙ୍କା ଓ ଏବେ ସୁଦ୍ଧା ସେ ୬୦,୦୦୦ ଷ୍ଟୋଭ୍‌ ବିକ୍ରି କରିସାରିଲେଣି। ଡ. କାର୍ଭେଙ୍କ ପ୍ରସ୍ତୁତ ୧୦୦ ଗ୍ରାମ୍‌ ଚାର୍ଲକୋଲ୍‌ ୪ରୁ ୫ କେଜି ଜାଳେଣି କାଠର କାମ ଦେଉଛି। କାର୍ଭେ ମଧ୍ୟ ଏକ ଚୁଲା ବା ଆଞ୍ଚ ପ୍ରସ୍ତୁତ କରିଛନ୍ତି ଓ ଏଥିରୁ ୧୦,୦୦୦ ବିକ୍ରି କରିସାରିଲେଣି। ବିନା ଧୂଆଁରେ ଏଥିରେ ରୋଷେଇ ହେଉଛି। କାର୍ଭେଙ୍କ ଉଦ୍ଭାବନ କୃଷି ବର୍ଜ୍ୟ ପୋଡ଼ା ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ସହ ଏଲ୍‌ପିଜି ଗ୍ୟାସ୍‌ ମଧ୍ୟ ବଞ୍ଚାଯାଇ ପାରୁଛି। ଡ. କାର୍ଭେ ଇଂଲଣ୍ଡର ବାୟୋଟାର୍‌ ରିସର୍ଚ୍ଚ ସେଣ୍ଟର (ୟୁନିଭର୍ସିଟି ଅଫ୍‌ ଏଡିନ୍‌ବର୍ଗ)ରେ ଗବେଷଣା କରିବା ପରେ ଏହି ଟେକ୍‌ନୋଲୋଜି ଉଦ୍ଭାବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri