ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ୨୦୧୯ରେ ଅବସର ନେବା ପରେ ଏକ ବାୟୋ-ଅର୍ଗାନିକ ଲିକ୍ୟୁଡ୍‌ ଫର୍ଟିଲାଇଜର ବା ଜୈବିକ ତରଳ ସାର ପ୍ରସ୍ତୁତ କରୁଛନ୍ତି। ୧୬ ପ୍ରକାର ମାଇକ୍ରୋନ୍ୟୁଟ୍ରିଣ୍ଟ ଓ ପଙ୍କରୁ ଏହି ସାର ତିଆରି କରୁଛନ୍ତି ସଲିମ୍‌। ପ୍ରତି ଲିଟର ତରଳ ସାରର ଦାମ ରଖିଛନ୍ତି ୬୫ ଟଙ୍କା। ବଜାରରେ ଉପଲବ୍ଧ ରାସାୟନିକ ସାର ମୂଲ୍ୟ ତୁଳନାରେ ଏହାକୁ ୨୦% କମ୍‌ ଦାମରେ ସେ ଚାଷୀମାନଙ୍କୁ ଦେଉଛନ୍ତି। ଏହି ସାରର ବିଶେଷତ୍ୱ ହେଉଛି,ଏହାକୁ ଖେତରେ ପ୍ରୟୋଗ କରିବା ଦ୍ୱାରା ୨୦% ଅଧିକ ଫସଲ ଉପତ୍ାଦନ ହୋଇପାରୁଛି। ସଲିମ୍‌ଙ୍କ ଦ୍ୱାରା ପ୍ରସ୍ତୁତ ସାରକୁ ଉପଯୋଗ କରି ଏବେ ସୁରଟରେ ୪୦୦ କୃଷକ ଉପକୃତ ହେଉଛନ୍ତି। ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ପନିପରିବା ଓ ଶସ୍ୟରେ ବଢୁଥିତ୍ବା ବିଷାକ୍ତ ତତ୍ତ୍ୱ ଦୂର କରିବା ପାଇଁ ସେ ଏହା ପ୍ରସ୍ତୁତ କରିଛନ୍ତି ବୋଲି କହନ୍ତି ସଲିମ୍‌। ଏହି ସାର ପ୍ରୟୋଗ କରିବା ଯୋଗୁ କୀଟନାଶକ ବ୍ୟବହାର କରିବାକୁ ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri