ଏଇ ଭାରତରେ

ପେସାରେ ଶିକ୍ଷକ, କିନ୍ତୁ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ର୍ରସ୍ତୁତ କରି ସେଥିରେ ଘର ଅଗଣାରେ ଏକ ବଗିଚା କରିଛନ୍ତି ଏସ. ସତ୍ୟନାରାୟଣନ୍‌। ଚେନ୍ନାଇର ଆନ୍ନା ଜେମ୍‌ ସାଇନ୍ସ ପାର୍କ ସ୍କୁଲରେ ସେ ଫ୍ରେଞ୍ଚ ଶିକ୍ଷକ ଭାବେ କାର୍ଯ୍ୟରତ। ସ୍କୁଲ ଛୁଟି ପରେ ଏଥିତ୍ରେ ତାଙ୍କ ସମୟ ଉପଯୋଗ କରୁଛନ୍ତି। ଘର ଅଗଣାରେ ୧୨୦୦ ବର୍ଗଫୁଟ୍‌ ଜାଗାରେ ଏବେ ୪୦୦ ପ୍ରକାର ଗଛ ଲଗାଇଛନ୍ତି। ୨୦୧୫ରୁ ସତ୍ୟନାରାୟଣନ୍‌ ନିଜସ୍ବ ଉଦ୍ୟମରେ ରୋଷେଇ ଘର ବର୍ଜ୍ୟରୁ ତରଳ ଖତ ପ୍ରସ୍ତୁତ କରି ବଗିଚାରେ ପ୍ରୟୋଗ କରୁଛନ୍ତି। ବଗିଚାରେ ୧୦୦ ପ୍ରକାର ପରିବା ଓ ଫଳ ଗଛ ଲଗାଇବା ସହ ୧୦୦ ପ୍ରକାର ଅର୍ଥକରୀ ଗଛ ଉତାରିଛନ୍ତି। ଡାଳିମ୍ବ, ଷ୍ଟ୍ରବେରି, ମୁଲବେରି ଆଦି ଚାଷ କରୁଛନ୍ତି। ସତ୍ୟନାରାୟଣନ୍‌ଙ୍କ ବୟସ ଏବେ ୫୧। ପ୍ରଥମେ ସେ ୫୦ କୁଣ୍ଡରେ ଗଛ ଲଗାଇଥିତ୍ଲେ ଓ ଏବେ ଏହା ୪୦୦ରେ ପହଞ୍ଚିଛି ଓ ଆଗକୁ ୧୦୦୦ ଗଛ ଲଗାଇବା ଲାଗି ଯୋଜନା ରଖିଛନ୍ତି। ତାଙ୍କ ବଗିଚାରେ ବହୁ ପ୍ରଜାତିର ଛୋଟ ଛୋଟ ପକ୍ଷୀ ବି ରହିଛନ୍ତି। ବଗିଚାରେ ପ୍ଲାଷ୍ଟିକ ବକେଟ୍‌ରେ କଇଁ ଚାଷ ବି ହେଉଛିି। ଏଭଳି ବଗିଚା କରିବା ଲାଗି ଲୋକମାନେ ସତ୍ୟନାରାୟଣନ୍‌ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି। ସେ ଏବେ ଗ୍ରୀଷ୍ମକାଳୀନ କର୍ମଶାଳାରେ ୨୦ ଜଣଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଉଭୟ ପୁରୁଷ ଓ ମହିଳା ଏଥିରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri