ଏଇ ଭାରତରେ

ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦ ବୋତଲ ରିଫିଲିଂ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଘର ତଥା ରିଫିଲେବଲ ଷ୍ଟୋରଗୁଡ଼ିକର ପ୍ୟାକେଜିଂ ଓ୍ବେଷ୍ଟ ବା ବର୍ଜ୍ୟ କମ୍‌ କରାଯାଇ ପାରିଛି। ଏମାନେ ମୁମ୍ବାଇରେ ‘ ରିିଫିଲେବଲ ଷ୍ଟୋର’ ଷ୍ଟାର୍ଟଅପ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଲୋକମାନଙ୍କଠାରୁ ଖାଲି ବୋତଲ ସଂଗ୍ରହ କରି ତାହାକୁ ସଫା ଓ ଜୀବାଣୁମୁକ୍ତ କରିବା ପରେ ସେଥିରେ ପୁଣି ଉପତ୍ାଦ ଭର୍ତ୍ତି କରାଯାଉଛିି। ଦରକାର ପଡ଼ିଲେ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଲାଗି ଏକ ଟ୍ରକ୍‌ରେ ସେମାନେ ରିଫିଲ ମେଶିନ ରଖିତ୍ ସେମାନଙ୍କ ଘରେ ପହଞ୍ଚି ଏହି ସେବା ଯୋଗାଇ ଦେଉଛନ୍ତି। ଫ୍ଲୋର କ୍ଲିନରଠାରୁ ଆରମ୍ଭ କରି ସାନିଟାଇଜର, ହ୍ୟାଣ୍ଡଓ୍ବାଶ ଓ ଡିଟରଜେଣ୍ଟ ଆଦିକୁ ପୁଣି ବୋତଲରେ ଭର୍ତ୍ତିି କରୁଛନ୍ତି। ଏଭଳି କାର୍ଯ୍ୟର ନେତୃତ୍ୱ ନେଉଛନ୍ତିି ଲୋକେଶ ସମ୍ଭଓ୍ବାନି। ତାଙ୍କୁ ସହଯୋଗ କରୁଛନ୍ତି ପୁରବ ଦେଶାଇ, ରାହୁଲ ବାତ୍ରା, ନିଶିଥ ଜରଦୋସ ଓ ଅନୁପ୍ରିୟା ନାୟାର। ଲୋକଙ୍କ ଘରେ ରହିଥିତ୍ବା ବୋତଲରେ ଏହିସବୁ ଉପତ୍ାଦ ଭରିବା ଯୋଗୁ ଲୋକମାନେ ୧୦,୦୦୦ ବୋତଲ ବାହାରେ ଫିଙ୍ଗି ନାହାନ୍ତିି ବୋଲି ଲୋକେଶ ପ୍ରକାଶ କରିଛନ୍ତି। ଲୋକମାନଙ୍କୁ ଗ୍ରସେରି ଏବଂ କ୍ଷୀର ଯୋଗାଇ ଦେଇ ସେମାନଙ୍କୁ ପ୍ଲାଷ୍ଟିିକ ଜରି ବ୍ୟବହାରରୁ ଦୂରେଇ ରଖାଯାଉଛି। ଏବେ ସୁଦ୍ଧା ଏମାନେ ମୁମ୍ବାଇରେ ୩୦୦ ଗ୍ରାହକ ଯୋଗାଡ଼ କରିଛନ୍ତି ଓ ସେମାନଙ୍କୁ ୧୦୦୦ ଲିଟରର ଘରୋଇ ଉପତ୍ାଦ ରିଫିଲିଂ ମାଧ୍ୟମରେ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri