ଏଇ ଭାରତରେ

ବହୁ ପ୍ରକାର ଇଲେକ୍ଟ୍ରିକ ବାଇକ୍‌ କଥା ଶୁଣିଛନ୍ତି, କିନ୍ତୁ ହାଇଦ୍ରାବାଦର ହର୍ଷବର୍ଦ୍ଧନ କାବୁମାଲାଙ୍କ ଦ୍ୱାରା ନିର୍ମିତ ଲାଇଟଓ୍ବେଟ ଇଲେକ୍ଟ୍ରିକ୍‌ ବାଇକ ସମ୍ପୂର୍ଣ୍ଣ ଭିନ୍ନ। ‘ୟୁଟନ ଏନର୍ଜିଆ’ ଷ୍ଟାର୍ଟ ଅପ ମାଧ୍ୟମରେ ସେ ଏହି ଇ-ବାଇକ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଫର୍ଟିଫାଇଭ’। ଏହାର ଦାମ ୩୦ ହଜାର ଟଙ୍କା। ଥରେ ଚାର୍ଜ କଲେ ୬୫ କିମି ଯାଉଛି ଓ ଚାର୍ଜ ପାଇଁ ୬ ଟଙ୍କା ଖର୍ଚ୍ଚ ହେଉଛି। ଅଫିସ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହାକୁ ୭୫ ମିନିଟ୍‌ରେ ପୂରା ଚାର୍ଜ କରାଯାଇପାରିବ। ହାଇକାର୍ବନ ଷ୍ଟିଲରେ ନିର୍ମିତ ଏହି ଇ-ବାଇକର ଓଜନ ୬.୮ କେଜି। କିନ୍ତୁ ୧୨୦ କେଜି ଓଜନ ବୋହି ଏହା ଚାଲି ପାରୁଛି। ଏହାର ସ୍ପିଡ୍‌ ରହିଛି ଘଣ୍ଟାକୁ ୧୭ କିମି। ଏହାକୁ ଚଳାଇବା ପାଇଁ ଲାଇସେନ୍ସ ଦରକାର ପଡୁନି। ଯେଉଁମାନେ ପ୍ରତିଦିନ କମ୍‌ ଦୂର ଯା’ଆସ କରୁଛନ୍ତି ସେମାନଙ୍କ ପାଇଁ ଏହି ବାଇକ୍‌ ବେଶ୍‌ ଉପଯୋଗୀ ବୋଲି କହନ୍ତି ହର୍ଷବର୍ଦ୍ଧନ। କାର୍ବନ ଷ୍ଟିଲରେ ନିର୍ମିତ ଫର୍ଟିଫାଇଭ ଇ-ବାଇକ ପାଇଁ ହର୍ଷବର୍ଦ୍ଧନ ଏବେ ୫୦ ୟୁନିଟ୍‌ ଅର୍ଡର ପାଇସାରିଲେଣି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଏହାକୁ ଗ୍ରାହକମାନଙ୍କୁ ଯୋଗାଇଦେବାର ଯୋଜନା କରିଛନ୍ତି ‘ୟୁଟନ ଏନର୍ଜିଆ’ର ସିଇଓ ହର୍ଷବର୍ଦ୍ଧନ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri