ଏଇ ଭାରତରେ

ପ୍ରଶାସନିକ ଦାୟିତ୍ୱ ସହ ସହରକୁ ସବୁଜ ସୁନ୍ଦର କରିବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ଅନୁକରଣୀୟ। ଏହି ଅଧିକାରୀ ହେଉଛନ୍ତି ଡ.ଆଲ୍‌ବି ଜନ୍‌ ଭର୍ଗିସ। ସେ ଗ୍ରେଟର ଚେନ୍ନାଇ କର୍ପୋରେଶନର ରିଜିଓନାଲ ଡେପୁଟି କମିଶନର (ସାଉଥ) ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଗତ ବର୍ଷ କୋଟୁପୁରମରେ ପ୍ରଥମେ ଏକ ଜଙ୍ଗଲ କରିବା ପରେ କର୍ପୋରେଶନ ଚେନ୍ନାଇରେ ଚଳିତ ବର୍ଷ ଏଭଳି ୩୦ଟି ଅର୍ବାନ ଫରେଷ୍ଟ ବା ଜଙ୍ଗଲ କରିବା ଲାଗି ଯୋଜନା କରିଛି। ଆଗକୁ ଏଭଳି ୧୦୦ଟି ଜଙ୍ଗଲ କରିବାରେ ଯୋଜନା ରଖାଯାଇଛି। ଏଠାରେ ୧୫ ବର୍ଷ ହେବ ବର୍ଜ୍ୟ ଗଦା ହେଉଥିଲା। ତେବେ ଭର୍ଗିସଙ୍କ ନେତୃତ୍ୱରେ ସେହି ଅଞ୍ଚଳରୁ କଂକ୍ରିଟ ସବୁ ବାହାର କରି ଜାନୁୟାରୀ ୨୦୨୦ ଏନ୍‌ଜିଓଙ୍କ ସହାୟତାରେ ୨୦୨୦ଟି ଦେଶୀ ଜଙ୍ଗଲୀ ଗଛ ଲଗାଯାଇଛି। ଭର୍ଗିସ ମିୟାଓ୍ବାକି ପଦ୍ଧତି ଅବଲମ୍ବନ କରିଛନ୍ତି, ଯେଉଁଥିତ୍ରେ ଗଛ ଅନ୍ୟ ପଦ୍ଧତି ଅପେକ୍ଷା ୧୦ଗୁଣ ଅଧିକ ବଢିବ ଓ ୩୦% ଘଞ୍ଚ ହୋଇପାରିବ। ଜାପାନର ଉଦ୍ଭିଦ ବିଜ୍ଞାନୀ ଅକିରା ମିୟାଓ୍ବାକିଙ୍କ ନାମାନୁସାରେ ଏହି ପଦ୍ଧତିର ନାମ ରଖାଯାଇଛି। ଏଥିରେ ପାଖକୁ ପାଖ ଦେଶୀ ଗଛ ହିଁ ଲଗାଯାଇ ଶୀଘ୍ର ଜଙ୍ଗଲ ସୃଷ୍ଟି କରାଯାଏ। ଏହା ପୂର୍ବରୁ ଭର୍ଗିସ ତାମିଲନାଡୁର ଟୁଟିକୋରିନରେ ନିଯୁକ୍ତି ପାଇଥିବାବେଳ ଏଭଳି ଜଙ୍ଗଲ ବି ସୃଷ୍ଟି କରିଥିଲେ। ସେହି ଅଭିଜ୍ଞତାକୁ ଆଧାର କରି ସେ ଆଗକୁ ବଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri