ଏଇ ଭାରତରେ

୧୨ ବର୍ଷ ବୟସରେ ବାହା ହୋଇ ନିଜସ୍ବ ଉଦ୍ୟମରେ ଶିକ୍ଷାଲାଭ କରିବା ସହ ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳ ନ୍ୟୁଜ୍‌ ନେଟ୍‌ଓ୍ବର୍କ ଚଳାଇବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶର କବିତା ଦେବୀ। କୁଞ୍ଜନ ପୁରଓ୍ବା ଗଁାର ଏକ ଦଳିତ କୃଷକ ପରିବାରରେ ତାଙ୍କ ଜନ୍ମ। ବାହାଘର ହେବାବେଳକୁ କବିତା କିଛି ପଢ଼ି ନ ଥିଲେ। ପରେ ତାଙ୍କ ଗଁା ତଥା ଆଖପାଖ ଗଁାର ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଏନ୍‌ଜିଓ ଶିକ୍ଷାକେନ୍ଦ୍ର ଖୋଲିବା ପରେ ସେ ସେଠାରେ ପଢ଼ିବା ଆରମ୍ଭ କରିଥିଲେ। ପଢ଼ା ଶେଷ କରି ସେହି ଏନ୍‌ଜିଓ ଦ୍ୱାରା ପ୍ରକାଶ ପାଉଥିବା ‘ମହିଳା ଡକିୟା’ ନ୍ୟୁଜ୍‌ଲେଟରରେ କାର୍ଯ୍ୟ କଲେ। ଏହା କେବଳ ଗ୍ରାମାଞ୍ଚଳ ଖବର ପ୍ରକାଶ କରୁଥିଲା ଓ ସ୍ଥାନୀୟ ଲୋକମାନଙ୍କର ପ୍ରିୟ ହୋଇ ପାରିଥିଲା କବିତାଙ୍କ ଉଦ୍ୟମରେ। ଏହା କୌଣସି କାରଣରୁ ବନ୍ଦ ହୋଇଯିବା ପରେ ସେ ଦିଲ୍ଲୀସ୍ଥିତ ନିରନ୍ତର ଏନ୍‌ଜିଓ ସହାୟତାରେ ତାଙ୍କ ଗଁାରେ ‘ଖବର ଲହରିୟା’ ଆରମ୍ଭ କରିଛନ୍ତି। ଏଥିରେ ୩୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ସମସ୍ତେ ଆଖପାଖ ଗଁାର ଗରିବ ପରିବାରର ମହିଳା। ଏମାନେ ନ୍ୟୁଜ୍‌ ରିପୋର୍ଟିଂ କରିବା ସହ ଡିଜିଟାଲ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ଖବର ସହ ରାଜ୍ୟ, ଦେଶ ବିଦେଶର ନ୍ୟୁଜ୍‌ ବି ସ୍ଥାନିତ କରୁଛନ୍ତି। ଅନେକ ଡିଜିଟାଲ ପ୍ଲାଟଫର୍ମରେ ‘ଖବର ଲହରିୟା’ର ଫଲୋୟରଙ୍କ ସଂଖ୍ୟା ୧୦ ଲକ୍ଷ ଊର୍ଦ୍ଧ୍ୱରେ ପହଞ୍ଚିଛି। କବିତା ଏକମାତ୍ର ଦଳିତ ମହିଳା ଭାବେ ଏଡିଟର୍ସ ଗୁଲିଡ୍‌ରେ ସଦସ୍ୟା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri