ଏଇ ଭାରତରେ

୧୨ ବର୍ଷ ବୟସରେ ବାହା ହୋଇ ନିଜସ୍ବ ଉଦ୍ୟମରେ ଶିକ୍ଷାଲାଭ କରିବା ସହ ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳ ନ୍ୟୁଜ୍‌ ନେଟ୍‌ଓ୍ବର୍କ ଚଳାଇବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶର କବିତା ଦେବୀ। କୁଞ୍ଜନ ପୁରଓ୍ବା ଗଁାର ଏକ ଦଳିତ କୃଷକ ପରିବାରରେ ତାଙ୍କ ଜନ୍ମ। ବାହାଘର ହେବାବେଳକୁ କବିତା କିଛି ପଢ଼ି ନ ଥିଲେ। ପରେ ତାଙ୍କ ଗଁା ତଥା ଆଖପାଖ ଗଁାର ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଏନ୍‌ଜିଓ ଶିକ୍ଷାକେନ୍ଦ୍ର ଖୋଲିବା ପରେ ସେ ସେଠାରେ ପଢ଼ିବା ଆରମ୍ଭ କରିଥିଲେ। ପଢ଼ା ଶେଷ କରି ସେହି ଏନ୍‌ଜିଓ ଦ୍ୱାରା ପ୍ରକାଶ ପାଉଥିବା ‘ମହିଳା ଡକିୟା’ ନ୍ୟୁଜ୍‌ଲେଟରରେ କାର୍ଯ୍ୟ କଲେ। ଏହା କେବଳ ଗ୍ରାମାଞ୍ଚଳ ଖବର ପ୍ରକାଶ କରୁଥିଲା ଓ ସ୍ଥାନୀୟ ଲୋକମାନଙ୍କର ପ୍ରିୟ ହୋଇ ପାରିଥିଲା କବିତାଙ୍କ ଉଦ୍ୟମରେ। ଏହା କୌଣସି କାରଣରୁ ବନ୍ଦ ହୋଇଯିବା ପରେ ସେ ଦିଲ୍ଲୀସ୍ଥିତ ନିରନ୍ତର ଏନ୍‌ଜିଓ ସହାୟତାରେ ତାଙ୍କ ଗଁାରେ ‘ଖବର ଲହରିୟା’ ଆରମ୍ଭ କରିଛନ୍ତି। ଏଥିରେ ୩୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ସମସ୍ତେ ଆଖପାଖ ଗଁାର ଗରିବ ପରିବାରର ମହିଳା। ଏମାନେ ନ୍ୟୁଜ୍‌ ରିପୋର୍ଟିଂ କରିବା ସହ ଡିଜିଟାଲ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ଖବର ସହ ରାଜ୍ୟ, ଦେଶ ବିଦେଶର ନ୍ୟୁଜ୍‌ ବି ସ୍ଥାନିତ କରୁଛନ୍ତି। ଅନେକ ଡିଜିଟାଲ ପ୍ଲାଟଫର୍ମରେ ‘ଖବର ଲହରିୟା’ର ଫଲୋୟରଙ୍କ ସଂଖ୍ୟା ୧୦ ଲକ୍ଷ ଊର୍ଦ୍ଧ୍ୱରେ ପହଞ୍ଚିଛି। କବିତା ଏକମାତ୍ର ଦଳିତ ମହିଳା ଭାବେ ଏଡିଟର୍ସ ଗୁଲିଡ୍‌ରେ ସଦସ୍ୟା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri