ଏଇ ଭାରତରେ

ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି ପୋପାଟ୍ରାଓ ଫୁଣ୍ଡେ ଓ ତାଙ୍କ ସ୍ତ୍ରୀ ଅନୁରାଧାଙ୍କ ଚିନ୍ତାଧାରା ଭିନ୍ନ। ସେମାନେ ଆଦିବାସୀ ଗ୍ରାମରେ ଶିକ୍ଷାର ବିକାଶ କରିବା ସହିତ ସେଠାକାର ଗାଁଗୁଡ଼ିକରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଉକ୍ତ ଶିକ୍ଷକ ଦମ୍ପତି ସେମାନଙ୍କ ମାସିକ ଦରମାରୁ ୧୦ ପ୍ରତିଶତ ଖର୍ଚ୍ଚ କରି ଲୋକମାନଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ଆଦିବାସୀ ପିଲାମାନଙ୍କର ସମସ୍ତ ଖର୍ଚ୍ଚ ବହନ କରି ସ୍କୁଲକୁ ଆଣୁଛନ୍ତି। କେବଳ ଏତିକି ନୁହେଁ ସେ ଅଞ୍ଚଳରେ ଥିବା ଅସହାୟ ମହିଳା, ବିଧବା, କୃଷକମାନଙ୍କୁ ବି ସହାୟତା ଯୋଗାଇ ଦେଉଛନ୍ତି। କୃଷକଙ୍କୁ ଛେଳି, ମହିଳାଙ୍କୁ ସିଲେଇ ମେଶିନ ଦେଇ ସଶକ୍ତ କରୁଛନ୍ତି ଏହି ଦମ୍ପତି। ପୋପାଟ୍ରାଓ ଅହମଦନଗରର ଜିଲା ପାଥଡିର ଓ୍ବିକାରସ୍ତି ଜିଲାପରିଷଦ ସ୍କୁଲ ଓ ତାଙ୍କ ସ୍ତ୍ରୀ ଅନୁରାଧା ଜିଲା ପରିଷଦ ସ୍କୁଲରେ କାର୍ଯ୍ୟରତ। ଏହି ଶିକ୍ଷକ ଦମ୍ପତି ସେମାନଙ୍କ ସେବା ୨୦୧୪ରୁ ଆରମ୍ଭ କରିଛନ୍ତି। ଦୁହେଁ ଗାଁ ଲୋକଙ୍କୁ ଏକାଠି କରି ସ୍ବଚ୍ଛତା ଅଭିଯାନ ମଧ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri