ଏଇ ଭାରତରେ

ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଥିବାବେଳେ ଏଥିରୁ ରକ୍ଷା ପାଇବା ଲାଗି ଘରେ ଏୟାର ପ୍ୟୁରିଫାୟର ଆବଶ୍ୟକ ପଡ଼ିଲାଣି। ବଜାରରେ ମଧ୍ୟ ଏୟାର ପ୍ୟୁରିଫାୟର ଉପଲବ୍ଧ ହେଉଛି, କିନ୍ତୁ ଏହାର ମୂଲ୍ୟ ଅଧିକ। ତେବେ ବେଙ୍ଗାଲୁରୁର ଆୟୁଷ ଝା କମ୍‌ ଖର୍ଚ୍ଚରେ ଏୟାର କଣ୍ଡିଶନରକୁ ସ୍ମାର୍ଟ ଏୟାର ପ୍ୟୁରିଫାୟରରେ ପରିଣତ କରିପାରୁଛନ୍ତି। ଏହା ବଜାରରେ ମିଳଥିବା ଏୟାର ପ୍ୟୁରିଫାୟରଠାରୁ ଶସ୍ତା ଅର୍ଥାତ୍‌ ତା’ ମୂଲ୍ୟର ଏକ ଶତାଂଶରେ ହୋଇପାରୁଛି। ୨୦୧୭ରେ ଆୟୁଷଙ୍କ ପିତା ଦିଲ୍ଲୀକୁ ବଦଳି ହୋଇ ଆସିବା ପରେ ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଲକ୍ଷ୍ୟ କରି ଘରେ ଶସ୍ତାରେ କିିଭଳି ଏୟାର ପ୍ୟୁରିଫାୟର ବ୍ୟବହାର କରାଯାଇପାରିବ ସେଥିପାଇଁ ସେ ଗବେଷଣା ଆରମ୍ଭ କରିଦେଇଥିଲେ। ଆୟୁଷ ପୂର୍ବରୁ ଏକ ଷ୍ଟାର୍ଟଅପରେ କାମ କରିଥିବାରୁ ଏହା ତାଙ୍କ ପାଇଁ ସହଜ ଥିଲା। ୨୦୧୮ରେ ସ୍ବଚ୍ଛ ଏୟାର କମ୍ପାନୀ ‘କ୍ଲାଇର୍‌କୋ’ ଆରମ୍ଭ କରି ଏକ ବହୁ ରାଷ୍ଟ୍ରୀୟକମ୍ପାନୀ ସହଯୋଗରେ କାମ ଆରମ୍ଭ କରି ସଫଳ ହୋଇଥିଲେ। ଏବେ ସେ ଦିଲ୍ଲୀ- ଏନସିଆର, ବେଙ୍ଗାଲୁରୁ ହାଇଦ୍ରାବାଦ ସହରରେ ଏସିକୁ ସ୍ମାର୍ଟ ଏୟାର ପ୍ୟୁରିଫାୟର କରିବା ଯୋଗୁ ପ୍ରତିଦିନ ପାଖାପାଖି ୧୫ ଲକ୍ଷ ଲୋକ ବିଶୁଦ୍ଧ ବାୟୁ ଗ୍ରହଣ କରୁଛନ୍ତି। ଆୟୁଷ ଏହି ଟେକ୍‌ନୋଲୋଜିକୁ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣପୂର୍ବ ଏସିଆର ଅନ୍ୟ ଦେଶରେ ପହଞ୍ଚାଇବା ଲାଗି ଯୋଜନା କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri