ଏଇ ଭାରତରେ

ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚତ୍ବା- ଏହା ଉପଲବ୍ଧି କରିଛନ୍ତି ଉତ୍ତରାଖଣ୍ଡର ମହିଳାମାନେ। ରାଜ୍ୟର ବିଭିନ୍ନ ଗ୍ରାମପଞ୍ଚାୟତରେ ସେମାନେ ବନ ପଞ୍ଚାୟତ ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରୁଛନ୍ତି ଏବଂ ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ପ୍ରମାଣ କରିପାରିଛନ୍ତି। ଏହି କ୍ରମରେ ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ଜଙ୍ଗଲକୁ ସ୍ଥାନୀୟ ସରପଞ୍ଚ ବାସନ୍ତି ରାଓ୍ବତ ସୁରକ୍ଷା କରୁଛନ୍ତି। ତାଙ୍କ ସହ ଅନ୍ୟ ୮ ମହିଳା ବନ ପଞ୍ଚାୟତରେ ରହିଛନ୍ତି। କେବଳ ଶଙ୍ଖଦୁରା ନୁହେଁ, ସର୍ମୋଲି ଜଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଲିକା ଭିର୍‌ଡି ମଧ୍ୟ ମେସାରିକୁଣ୍ଡର ପୁନରୁଦ୍ଧାର କରିପାରିଛନ୍ତି। ଏବେ ତାଙ୍କ ଅଞ୍ଚଳରେ ପାଣିର ଅଭାବ ରହୁନାହିଁ। ବନ ପଞ୍ଚାୟତ ମାଧ୍ୟମରେ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ସୁରକ୍ଷା ହେବା ଦ୍ୱାରା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ବିକାଶ ହୋଇପାରିଛି। ଉଲ୍ଲେଖନୀୟ, ୧୯୩୧ରେ ଇଂରେଜମାନେ ବନ ପଞ୍ଚାୟତ ନିୟମାବଳୀ ଆଣିଥିଲେ। ତେବେ ଉତ୍ତରାଖଣ୍ଡରେ ଏବେ ୬,୦୬୯ ବନ ପଞ୍ଚାୟତ ୪,୦୫,୪୨୬ ହେକ୍ଟର ଜଙ୍ଗଲର ସୁରକ୍ଷା ଓ ପରିଚାଳନା କରୁଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri